ଜୋହାନ୍ସ ବର୍ଗ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ୫ ବର୍ଷରୁ କମ ବୟସ ବର୍ଗର ଶିଶୁଙ୍କୁ ଅଧିକ ପ୍ରଭାବିତ କରିଛି । ଏହି ବର୍ଗର ଶିଶୁ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ବଢୁଥିବା କହିଛନ୍ତି ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ଅଫିସର । ଦକ୍ଷିଣ ଆଫ୍ରିକାରେ ଏହି ଭାରିଆଣ୍ଟ ସଂକ୍ରମଣ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଉଛି । ଏହାର ସଂକ୍ରମଣ ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋ ଫାହଲାଙ୍କ ବିବୃତ୍ତିକୁ ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଛି କି, ୫ ବର୍ଷରୁ କମ ଶିଶୁଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ପାଇଛି ଏହି ୪ର୍ଥ ୱେଭରେ ।
ଦକ୍ଷିଣ ଆଫ୍ରିକା ନାସନାଲ ଇନଷ୍ଟିଚ୍ୟୁଟ ଫର କମୁନିକେବୁଲ ଡିଜିଜ (ଏନଆଇସିଡି) ଅନୁଯାୟୀ ଗତ ସପ୍ତାହକ ମଧ୍ୟରେ ଓମିକ୍ରନ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇଚାଲିଛି । ଏଯାବତ୍ ଟିଶ୍ୱାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୨ ବର୍ଷରୁ କମ ବୟସର ଶିଶୁଙ୍କ ସଂଖ୍ୟା ୧୦ ପ୍ରତିଶତ ରହିଛି । ଦିନକୁ ଦିନ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଦେଶରେ ତୃତୀୟ ଲହରରେ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ସମୟରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଏନଆଇସିଡି ବିଶେଷଜ୍ଞ ୱାସିଲା ଜାସେଟ ।
ସେ ଆହୁରି କହିଛନ୍ତି, ଜାତୀୟସ୍ତରରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଦେଶବ୍ୟାପୀ ବଢିଛି । ସେହିପରି ପୂର୍ବ ଲହର ଅପେକ୍ଷା ଚଳିତ ଲହରରେ ଗୌଟେଙ୍ଗାରେ ଏହା ମାତ୍ରାଧିକ ରହିଛି । ଗୌଟେଙ୍ଗାରେ ୧୩୫୧ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯ।।ହା ଜାତୀୟସ୍ତରରେ ୧.୯ ପ୍ରତିଶତ ଓ ଆଇସିୟୁରେ ୪.୨ ପ୍ରତିଶତ ଥିବା ଫାହଲା ସୂଚନା ଦେଇଛନ୍ତି ।
previous post
next post
