ଓଡିଶା

ରାଜ୍ୟରେ ୬୯୭୦ ଭିକାରୀ ଚିହ୍ନଟ

ଭୁବନେଶ୍ୱର: କଟକରେ ଭିକାରୀ ସଂଖ୍ୟା ସର୍ବାଧିକ ଥିବା ବେଳେ ବରଗଡ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ ରହିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ । ଗୃହରେ ବିଜେପି ବିଧାୟକ ନାଉରି ନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦିଆଯାଇଛି ।
ନାଉରିଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଜଣାଇଛନ୍ତି କି, ବର୍ତ୍ତମାନ ରାଜ୍ୟରେ ୬୯୭୦ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୪୧୨୮ ପୁରୁଷ ଭିକାରୀ ଓ ୨୮୪୨ ମହିଳା ଭିକାରୀ ଅଛନ୍ତି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ୫୯୫ ସଂଖ୍ୟା ସହ ରହିଛି ବରଗଡ । ଭିକାରୀ ତାଲିକାର ତୃତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଛି । ଗଞ୍ଜାମରେ ୫୪୫ ଭିକାରୀ ରହିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

Related posts

ଆଜି ମଧ୍ୟ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨, ସ୍ଥାନୀୟ ସଂକ୍ରମିତ ୫୦୧

mahabharatanews

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଗିରଫ

mahabharatanews

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews