ଅପରାଧ

ବିପୁଳ ପରିମାଣର ମଦ ଜବତ, ୬ ଗିରଫ

ବ୍ରହ୍ମପୁର: କରୋନାକୁ ନେଇ ସାରା ଦେଶରେ ଲକଡାଉନ ଜାରି ରହିଛି । କିଛି ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଅନ୍ୟ ସାମଗ୍ରୀ ବିକ୍ରି ଉପରେ ରୋକ୍‌ ଲାଗିଛି । କିନ୍ତୁ ଏହି ଲକ୍‌ଡାଉନ୍‌ ସମୟରେ ଚୋରା ମଦ କରବାର ବେଧଡ ଚାଲିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରୁ ପୁଲିସ ଧରୁ ମଦ । ପୁଣି ବ୍ରହ୍ମପୁର ଶେରଗଡ ପୋଲିସ ବିଜୁ ପଟ୍ଟନାୟକ ଛକ ନିକଟରେ ଗୋଟିଏ ଧଳା ରଙ୍ଗର ପିକଅପ ଭ୍ୟାନ୍‌ରୁ ଜବତ କରିଛି ବିପୁଳ ପରିମାଣର ମଦ।
ଏହାସହିତ ମଧ୍ୟ କଳା ରଙ୍ଗର ମାରୁତି ଙଊ୦୭ତ୬୭୯୨ ଗାଡିର ଡିକିରୁ ପୋଲିସ ମଦ ଜବତ କରିଛି । ପୋଲିସ ଚେକ କରିଥିବା ବେଳେ ୩୪ଟି କାଟୁନ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଗାଡିରୁ ଜବତ ହୋଇଛି । ଏ ସଂକ୍ରାନ୍ତରେ ଶେରଗଡ ପୋଲିସ ଏକ ମାମଲା ରୁଜୁ କରିଛି । ମଦ ଜବତ କରିବା ସହ ଛଅଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts

ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ

mahabharatanews

ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ

mahabharatanews

ସନ୍ଦେହଘେରରେ ଗଣେଶଙ୍କ ମୃତ୍ୟୁ, ଟେର ପାଉନି ପୋଲିସ

mahabharatanews