ଭୁବନେଶ୍ୱର:ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ ତଳୁ ଶନିବାର ଜଣେ ବ୍ୟକ୍ତିଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଏପର୍ଯ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡି ନାହିଁ । ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଏଠାକାର ବାସୀନ୍ଦା କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ
ଶନିବାର ସକାଳ ୬ ଟା ବେଳେ ସ୍ଥାନୀୟ ଲୋକ ସେଠାରେ ଉଲଗ୍ନ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ । ପରେ ଏସମ୍ପର୍କରେ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଥିଲା । ତେବେ ବ୍ୟବସାୟିକ ଶତ୍ରୁତା ଯୋଗୁ ହତ୍ୟା କରାଯାଇଥବା ସ୍ଥାନୀୟ ଲୋକେ କୁହାକୁହି ହେଉଛନ୍ତି । ଏନେଇ ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତିି ମାମଲାର ତଦନ୍ତ ଚାଲିଛି । ସ୍ଥାନୀୟ ଲୋକଙ୍କୁ ପଚାଉଚରା କରାଯାଉଛି । ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।
previous post
next post
