ଓଡିଶା

ଗାଡି ଉଠାଇବାକୁ ନେଇ ହାଇକୋର୍ଟଙ୍କ ସ୍ୱଷ୍ଟୋକ୍ତି

ଭୁବନେଶ୍ୱର: ଗତକାଲି ବିଭିନ୍ନ ଗଣମାଧ୍ୟମରେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ନେଇ ଭୁଲ ତଥ୍ୟ ପ୍ରକାଶ ପାଇବା ପରେ ଆଜି କୋର୍ଟ ଏହା ଉପରେ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି, କେବଳ ବରିଷ୍ଠ ନାଗରିକ ଓ ଶାରୀରିକ ଭିନ୍ନକ୍ଷମଙ୍କଠାରୁ ଅଣ୍ଡରଟେକିଂ ରଖାଯାଇ ଛଡାଯାଇ ପାରିବ । ଏହା ତିନି ଥର ପର୍ଯ୍ୟନ୍ତ ଲାଗୁ ହେବ । ଅର୍ଥାତ୍ ଜଣେ ଉପର ବର୍ଣ୍ଣିତ ବ୍ୟକ୍ତି ୩ଥର ଧରାପଡିବାଲେ ତାଙ୍କ ଗାଡି ସିଜ କରାନଯାଇ ତାଙ୍କଠାରୁ ଅଣ୍ଡରଟେକିଂ ନେଇ ଛାଡି ଦିଆଯିବ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ ।

କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଛି ସାରା ଦେଶରେ । ରାଜ୍ୟ ସରକାର ଏହି ଲକଡାଉନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏପରି ସମୟରେ ଗାଡି ମୋଟର ଚଳାଚଳ ଉପରେ ନିଷେଦ୍ଧାଦେଶ ଜାରି ହୋଇଛି । ତେବେ କେବଳ ଜରୁରୀକାଳୀନ ସେବା ପ୍ରଦାନକାରୀ ପାସ୍ ନେଇ ଯାତାୟାତ କରି ପାରିବାର ସୁବିଧା ପାଇଛନ୍ତି । କରୋନାର ତାଣ୍ଡବ ଭିତରେ ମଧ୍ୟ କିଛି ଦାୟିତ୍ୱହୀନ, ଅବିବେକି ବ୍ୟକ୍ତି ବିଶେଷ ଗାଡି ଧରି ବୁଲୁଛନ୍ତି । ଏହାକୁ ନେଇ ପୁଲିସ ପକ୍ଷରୁ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବହୁ ମାମଲା ଓଡିଶା ହାଇକୋର୍ଟରେ ଫାଇଲ ହୋଇଥିଲା ।

Related posts

ପୁଅର ମୃତ୍ୟୁକୁ ନେଇ ବାପାଙ୍କ ଅଭିଯୋଗ

mahabharatanews

୨ ବାଇକ ମୁହାଁମୁହିଁ ଧକ୍କା

mahabharatanews

କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ ମାରିଲେ ପୁରୀ ଜିଲ୍ଲାପାଳ

mahabharatanews