ପୁଣି ସଲମାନ ଖାନଙ୍କୁ ହତ୍ୟା ଧମଳ । ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆସନ୍ତା ଏପ୍ରିଲ ୩୦ ରେ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଫୋନ୍ କଲ ଆସିଛି । ଗତ ସୋମବାର ରାତିରେ ଏଭଳି ଧମକପୂର୍ଣ୍ଣ କଲ୍ ଆସିଥିବା ନେଇ ସୂଚନା ମିଳିଛି । ୧୦ ଏପ୍ରିଲରେ ସଲମାନ ଖାନ୍ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ଟ୍ରେଲର ରିଲିଜ କରିଥିଲେ । ତେବେ ଟ୍ରେଲର ଲଞ୍ଚ ହେବାର କିଛି ସମୟ ମଧ୍ୟରେ ସଲମାନଙ୍କୁ ନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ଫୋନ୍ କଲ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜର ପରିଚୟ ନକହି ଭାଇ ବୋଲି କହିବା ସହ ଆସନ୍ତା ୩୦ ଏପ୍ରିଲରେ ସଲମାନ ଖାନକୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲା । ଆଉ ଏହି କଲ ମିଳିବା କ୍ଷଣି ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।
ସଲମାନଙ୍କୁ ନେଇ ଏଭଳି ହତ୍ୟା ଧମକ ଏହା ପ୍ରଥମ ନୁହେଁ । ଗତ ୧୮ ମାର୍ଚ୍ଚରେ ମଧ୍ୟ ସଲମାନଙ୍କ ମ୍ୟାନେଜରଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଯେଉଁଥିରେ ସଲମାନଙ୍କୁ ଧମକ ଦିଆଯାଇଥିଲା । ସଲମାନଙ୍କୁ ହତ୍ୟା କରିବାକୁ ଅନେକଥର ଷଡଯନ୍ତ୍ର ହୋଇଛି । କିନ୍ତୁ ସବୁଥର ଏହି ଷଡଯନ୍ତ୍ର ଫେଲ ମାରିଛି । ବାରମ୍ବାର ହତ୍ୟା ଧମକ ପରେ ସଲମାନଙ୍କୁ ୱାଇ-ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।
previous post
