ଅପରାଧ

ବଳି ପଡିଲା ଆଉ ଜଣେ ମୁମ୍ବାଇ ନିର୍ଭୟା

(ମୁମ୍ବାଇ) ; ଆଖିବୁଜିଲେ ମୁମ୍ବାଇ ଦୁଷ୍କର୍ମ ପୀଡିତା । ପୁଣି ନିର୍ଭୟା କେସର ପୁନରାବନୃତ୍ତି । ମୁମ୍ବାଇ ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷର ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିବା ସହ ତାଙ୍କର ପ୍ରାଇଭେଟ ପାର୍ଟରେ ମଧ୍ୟ ଆଘାତ କରାଯାଇଛି । ଘଟଣା ପରେ ମହିଳାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। ସେ ଭେଣ୍ଟିଲେଟରରେ ଥିଲେ।ପୂଲିସ ସୁଚନା ଅନ୍ୟୁାୟୀ ରାଜୱାଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ପୀଡିତାଙ୍କ ବହୁ ପରିମାଣରେ ରକ୍ତସ୍ରାବ ହୋଇଥିଲା । ଏତେ ମାତ୍ରାରେ ରକ୍ତ ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି ।ସେପଟେ ପୁଲିସ ଏହି ମାମଲାର ଅଭିଯୁକ୍ତ ମୋହିତ ଚୌହାନଙ୍କୁ ପୁଲିସ ଗିରଫ କରିଛି। ହେଲେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି। ସକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି।

Related posts

ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

mahabharatanews

ଗଙ୍ଗାମାତ। ମଠର ଗୁପ୍ତ ସୁଡଙ୍ଗ ଶ୍ରୀମନ୍ଦିର ପାଇଁ ହେବ କି ବାଧକ

mahabharatanews

କୋର୍ଟରେ ହାଜର ଭେନେଜୁଏଲା ରାଷ୍ଟ୍ରପତି

mahabharatanews