ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଳନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ବିଧାୟକ କିଣା ବିକା ଅଭିଯୋଗ କରିଛନ୍ତି । ଏଥିସହ ଆଗାମୀ ଅଧିବେଶନରେ ସରକାର ବିଧାନ ସଭାରେ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ରହିଛି । ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିବା ପରେ କମଳନାଥ କହିଛନ୍ତି, ରାଜ୍ୟରେ କିପରି ବିଧାୟକ କିଣା ଚାଲିଛି, ତାହା ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଏଥିସହ କିପରି ବିଧାୟକଙ୍କୁ ନେଇ ବାଙ୍ଗାଲୁରୁରେ ବନ୍ଦୀ ରଖ।।ଯାଇଛି, କିପରି ଜଣେ ବିଜେପି ନେତା ବାଚସ୍ପତିଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ସେ ସବୁ ଅବଗତ କରାଇଛନ୍ତି । ଏଥିସହ ରାଜ୍ୟରେ ବିଜେପି ଷଡଯନ୍ତ୍ର ଚଳାଇଛି । ବନ୍ଧକ ଥିôବା ବିଧାୟକଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି ।
ଏହି ସାକ୍ଷାତକାରରେ ସେ ମଧ୍ୟପ୍ରଦେଶରେ ଚ।।ଲିଥିବା ରାଜନୈତିକ ସଂକଟ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି କମଳନାଥ । ସେ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣ ଓ ବଜେଟ ପରେ ବାଚସ୍ପତିଙ୍କ ଦ୍ୱାରା ପ୍ରସ୍ତାବିତ ତାରିଖରେ ବହୁମତ ସାବ୍ୟସ୍ତ କରିବେ । କିନ୍ତୁ ଏହା ସେତେବେଳେ ସମ୍ଭବ ଯେତେବେଳେ ବନ୍ଧକ ବିଧାୟକ ମୁକ୍ତ ହେବେ ।
