Uncategorized

ଆଫଗାନିସ୍ତାନ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ଆଇଏସଆଇର ମସୁଧା: ଗୁଇନ୍ଦା

କାବୁଲ: ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି (ଆଇଏସଆଇ) ଆଫଗାନିସ୍ତାନ ସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିବା ନେଇ ଷଡଯନ୍ତ୍ର କରୁଛି । ଏହି ଆକ୍ରମଣ ପାଇଁ ବିସ୍ଫୋରକ ଭର୍ତ୍ତି କାରରେ ଆତ୍ମଘାତୀ ଆକ୍ରମଣ କରିବାକୁ ମସୁଧା ହେଉଛି । ନିକଟରେ ଏକ ଗୁଇନ୍ଦା ତଥ୍ୟରୁ ଜଣା ପଡିଛି, ଆଇଏସଆଇ ଏଥିନେଇ ଲସ୍କର ଏ ତୋଏବା ଓ ଇସଲାମିକ ଷ୍ଟେଟ ପରି ସଂଗଠନ ସହ ହାତ ମିଳାଇଛି ।

ଆଫଗାନିସ୍ତାନରେ ଇସଲାମିକ ଷ୍ଟେଟର ଇସଲାମିକ ଷ୍ଟେଟ ଇନ ଖୁରାସାନ ପ୍ରାନ୍ତ ନାମକ ସଂଗଠନ ଓ ଆଫଗାନିସ୍ତାନ- ପାକିସ୍ତାନ ଇଲାକାରେ ସକ୍ରିୟ ରହିଛି । କୁହାଯାଉଛି, ଏହି ସଂଗଠନରେ ଭାରତରୁ ଯାଇଥିବା କିଛି ଲୋକ ସାମିଲ ଅଛନ୍ତି । ଆଫଗାନିସ୍ତାନରେ ଭାରତୀୟ ମିଶନ ଉପରେ ଆକ୍ରମଣ କରିବାକୁ ମସୁଧା କରୁଛି । ଏହି ଆକ୍ରମଣ ପାଇଁ ସଲାମିକ ଷ୍ଟେଟ ଇନ ଖୁରାସ।।ନ ପ୍ରାନ୍ତ ଓ ଲସ୍କର ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଛି । ଗୁଇନ୍ଦା ରିପୋର୍ଟ ମୁତାବକ, ଲାହୋରର ମୂଳ ନିବାସୀ ସୈଫୁଲ୍ଲାହ ଲସ୍କର ଓ ଖୁରାସାନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରୁଛି । କାବୁଲରେ ଖୁରାସାନ କମାଣ୍ଡର ମତିନ ମୌବିୟାକୁ ଭାରତୀୟ ମିଶନ ଉପରେ ଆକ୍ରମଣର ଦାୟିତ୍ୱ ଦିଆଯାଇଛି । ଏଥିନେଇ ୫ଟି ଦଳକୁ ତାଲିମ ଦିଆଯାଉଚି । ଆଫଗାନିସ୍ତାନର ଦୂତାବାସ ବ୍ୟତୀତ ଜଲାଲାବାଦ ଓ ହେରାତର ଭାରତୀୟ ଦୂତାବାସ ମଧ୍ୟ ରହିଛି ।

ସୂଚନାଯୋଗ୍ୟ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ହୋଇଥିବା ଫୁଲୱାମା ଆକ୍ରମଣ ପାଇଁ ଆତ୍ମଘାତି କାରର ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ।

Related posts

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରକୁ ଜେଲରୁ ମୁକ୍ତ କରିବାକୁ ୧୫ ଲକ୍ଷ ଡଲାର ବଣ୍ଡ ପ୍ରସ୍ତାବ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଅଳସୀ ଚିଲା

mahabharatanews

ଦେଶର ସମସ୍ତ ସମବାୟ, ରାଜ୍ୟ ସହକାରୀ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବା ନିଶ୍ଚିତ

mahabharatanews