ଜୟନ୍ତ ସେଠୀ/ଗୋପ: ହାତ ଧରାଇ ବାଟ କଢାଇ ନେଇଥାନ୍ତି ଗୁରୁ । ଗୁରୁ ପ୍ରେରଣାର ଉତ୍ସ । ଆଜି ସେମିତି ଜଣେ ଗୁରୁଙ୍କ କଥା କହୁଛୁ ଯିଏ ନିଜ ଜୀବନ କୁ ସମର୍ପି ଦେଇଛନ୍ତି ସମାଜ କଲ୍ୟାଣ ଦିଗରେ। ଯଦିଓ ଶିକ୍ଷକତାକୁ ବ୍ରତ ଭାବରେ ଗ୍ରହଣ କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ନିର୍ମଳ ମିଶ୍ର ।
ନିର୍ମଳ ମିଶ୍ର ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ହେଉଛି କ୍ରିଡା । ସରକାରୀ ଶିକ୍ଷକ ରୂପେ ନିଜର ଦାଇତ୍ୱ ସମ୍ପନ୍ନ କରିବା ସହିତ ଶିକ୍ଷାଦାନ ଭଳି ଏକ ମହାନ ବୃତ୍ତି ସହିତ ଜଡିତ ହୋଇମଧ୍ୟ ପିଲାଟି ଦିନରୁ ବିଭିନ୍ନ ଖେଳ ପ୍ରତି ଅହେତୁକ ରୁଚି ରଖିଥିବା ନିର୍ମଳଙ୍କର କ୍ରିକେଟ ଓ ଫୁଟବଲ ପରି ଲୋକ ପ୍ରିୟ ଖେଳ ରେ ନିଜର ସତନ୍ତ୍ର ପରିଚୟ ସୃଷ୍ଟି କରି ଥିଲେ । ଯାହାଙ୍କ ପୋତ୍ସାହନ ଓ କୋଚିଂରେ ଅନେକ ଖେଳାଳିଙ୍କୁ ଗଢି ତୋଳିଛନ୍ତି ।୨୦୦୨ରେ ଓଡ଼ିଶା ଫୁଟବଲ ଆସୋସିଏସନର ସ୍ୱୀକୃତି ପ୍ରାପ୍ତ ରେଫ୍ରି କୋର୍ସ ପ୍ରମାଣପତ୍ର ହାସଲ କରିଥିବା ବେଳେ ୨୦୦୫ରେ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଅନୁଷ୍ଠିତ ସାର୍ଟିଫିକେଟ କୋର୍ସର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରିଆସୁଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ରାଜ୍ୟ ସ୍ତରୀୟ କ୍ରିକେଟ ମ୍ୟାଚ ରେ ଅମ୍ଫାୟାର ଭାବରେ ଦାୟିତ୍ଵ ତୁଲାଇ ଅ।ସୁଛନ୍ତି ନିର୍ମଳ ।
କେବଳ ଏତିକି ନୁହେଁ ନିଜର ଶିକ୍ଷକତା ଜୀବନରୁ ବଳକା ସମୟରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ହେବା ସହିତ ବିଭିନ୍ନ ସମାଜ ସେବାରେ ନିଜକୁ ସବୁବେଳେ ନିୟୋଜିତ କରି ଆସୁଛନ୍ତି ।ଜଣେ କ୍ରୀଡ଼ା ସମୀକ୍ଷକ ରୂପେ ବିଭିନ୍ନ ଖବରକାଗଜରେ ନିଜର ସମ୍ପାଦକୀୟ ସ୍ତମ୍ବ ପାଇଁ ଲେଖାମାନ ପ୍ରକାଶ କରିବା ସହିତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ଜଣେ ଆଦର୍ଶ ଶିକ୍ଷକ ରୂପେ ସମାଜ ପକ୍ଷରୁ ଅନୁଷ୍ଠିତ ଗୋପବନ୍ଧୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ସମ୍ବର୍ଦ୍ଧିତ ହେବା ସହିତ ରୋଟାରୀ କ୍ଳବ ପକ୍ଷରୁ ଆଦର୍ଶ ଶିକ୍ଷକ ଭାବେ ନେସଂବ୍ଲିଡିଂ ଆୱାର୍ଡ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି ।ରାଜ୍ୟ ତରଫରୁ ଫୁଟବଲ ଓ କ୍ରିକେଟ ମ୍ୟାଚ ଗୁଡିକ ପରିଚାଳନା କରି ଶ୍ରେଷ୍ଠ କ୍ରିକେଟ ଅମ୍ପିଆର ପାଇ ଥିଲାବେଳେ ,ଶିକ୍ଷା କ୍ଷେତ୍ରରେ ମଧ୍ୟ ନିଜର ନିଷ୍ଠା କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି ।ଶିକ୍ଷକ ଜୀବନର ୨୫ ବର୍ଷ ମଧ୍ୟରେ ଶିକ୍ଷାର ଉର୍ଣ୍ଣତି ପାଇଁ ବିଭିନ୍ନ ଆଲୋଚନା ଚକ୍ରରେ ଭାଗ ନେବା ସହିତ ଅନେକ ସୁଛାତ୍ର ସୃଷ୍ଟି କରିବାରେ ନିଜର ଚେଷ୍ଟା ଜାରି ରଖିଛନ୍ତି ।
ସେପଟେ ନିର୍ମଳଙ୍କ ଭଳି ମେଳାପୀ ମିଷ୍ଠ ଭାଷୀ ବ୍ୟକ୍ତିତ୍ଵ ଅ।ମ ଅଂଚଳ ପ୍ରତି ଗର୍ଵ ବୋଲି ସ୍ଥାନୀୟ ବାସିନ୍ଦା କହିଥିବା ବେଳେ ତାଙ୍କ ପ୍ରେରଣା ରେ ଅନେକ ପିଲା ମାନେ ଅ।ଜି କ୍ରିକେଟ ଓ ଫୁଟବଲ ଭଳି ଖେଳରେ ନିଜ କୁ ପ୍ରତିପାଦନ କରିପାରିଛନ୍ତି କହିଥିବା ବେଳେ ନିର୍ମଳଙ୍କ ପୋତ୍ସାହନନ ରେ ନିମାପଡା ଭଳି ଅଂଚଳରେ ରାଜ୍ୟ ସ୍ତରୀୟ କ୍ରିକେଟ ଓ ଫୁଟବଲ ଅ।ୟୋଜନ ହୋଇ ପାରୁଛି ବୋଲି କହିଛନ୍ତି । ନିର୍ମଳଙ୍କ ଜନ୍ମ ପୁରୀ ଜିଲ୍ଲା ନିମାପଡା ବ୍ଲକରେ ହୋଇଥିବା ବେଳେ ପାଠ ପଢା ନିଜ ଅଂଚଳରେ ସାରିବା ପରେ ଶିକ୍ଷକତା କୁ ବାଛି ନେଇଥିଲେ ନିର୍ମଳ । ସବୁ ବେଳେ ହସହସ ମୁହଁ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ।
