ଓଡିଶାରାଜନୀତି

ବହୁ ବାଦ ବିବାଦ ଓ ଆଲୋଚନା ପରେ ନବୀନ ନେଲେ ବଡ ନିଷ୍ପତ୍ତି ।

ବହୁ ଚର୍ଚ୍ଚା ଆଲୋଚନା ଓ ବିବାଦ ମଧ୍ୟରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ ଦଳ ନେତା ଭାବେ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ବରିଷ୍ଠ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଭାବେ ମନୋନୀତ କରିଛନ୍ତି ନବୀନ। ସେହିପରି ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକ ଦାୟିତ୍ୱ ମଧ୍ୟ ଦଳ ପକ୍ଷରୁ ଦିଆଯାଇଛି। ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ବିଜେଡି ସଭାପତି ନବୀନ ଏ ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ତେବେ ନବୀନଙ୍କ ଏ ପଦକ୍ଷେପ ପରେ ସାଂସଦ ସସ୍ମିତ ପାତ୍ର ଦୁଇ ସାଂସଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ରାଜ୍ୟସଭାରେ ବିଜେଡି ରାଜ୍ୟବାସୀଙ୍କ ସ୍ୱରକୁ ଆହୁରି ଶାଣିତ କରିବ ବୋଲି କହିଛନ୍ତି ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

mahabharatanews

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୪ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

mahabharatanews

ବାଲୁକା କଳାରେ କୋରୋନା ମୁକାବିଲା ପାଇଁ ଆହ୍ୱାନ

mahabharatanews