ଓଡିଶା

ବାଇକ୍କୁ ଧକ୍କା ଦେଇ ଓଲଟିଲା ବସ, ୧ ମୃତ ୭ ଗୁରୁତର

(ମହାଭାରତ, ହିଞ୍ଜିଳିକାଟୁ): ତପ୍ତପାଣି ଘାଟି ଠାରେ ଏକ ପିକନିକ୍ ବସ୍ ଗୋଟିଏ ବାଇକ୍କୁ ଧକ୍କା ଦେବା ଫଳରେ ବସର ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଏହା ଓଲଟି ପଡିଥିବା ଜଣାଯାଇଛି । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ନାୟାଗଡରୁ ଚନ୍ଦ୍ରଗିରି ନିକଟରେ ଥିବା ଖସଡାକୁ ପିକ୍ନିକ୍ ପାଇଁ ଆସିଥିବା କିଛି ଯାତ୍ରୀ ଏକ ମିନିବସ ଯୋଗେ ପୁଣି ନୟାଗଡକୁ ଫେରୁଥିବା ବେଳେ ତପ୍ତପାଣି ଘାଟି ଠାରେ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ପ୍ରାଣ ହରାଇଥିବା ବେଳେ ବସ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍ ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଛି । ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଜମି କେଳେଙ୍ଗାରୀ: କାହାର ସ୍ୱାର୍ଥରେ ଚାଲିଛି ଜମିବିକ୍ରି

mahabharatanews

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୯ ଗୁରୁତର

mahabharatanews

କରୋନା କବଜାରେ ୬ ମାସର ମିରାକିଲ ବେବି

mahabharatanews

Leave a Comment