ଓଡିଶା

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଆଶିଷ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ  ଆଶିଷ । ଆଶିଷଙ୍କ ଘର  ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ନୁଣିପଡ଼ା ଗ୍ରାମରେ । ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନ ପରୀକ୍ଷାରେ ସ୍ଵର୍ଣ୍ଣ ପଦକ ହାସଲ କରି ଘୁମୁସର ମାଟି ତଥା ଗଞ୍ଜାମ ଜିଲ୍ଳା ପାଇଁ ଗୌରବ ଆଣିଛନ୍ତି ।ସୂଚନାନୁସାରେ ,  ନୁଣିପଡ଼ା ଗ୍ରାମର ସୁଶୀଲ୍ କୁମାର ସାହୁ ଏବଂ ପ୍ରମୋଦିନୀ ସାହୁଙ୍କ ସୁପୁତ୍ର ଆଶିଷ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟରେ ଯଥାକ୍ରମେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶିକ୍ଷା ସମାପ୍ତ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଶ୍ରେଣୀରେ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟୟନର କରିଥିଲେ।

ବିଭାଗର ଅନ୍ତିମ ପରୀକ୍ଷାରେ ଆଶିଷ ଏ ଗ୍ରେଡ୍ ସହିତ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଚଳିତ ବର୍ଷର ଏକ ସ୍ଵତନ୍ତ୍ର ଉତ୍ସବରେ ସ୍ଵର୍ଣ୍ଣ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର୍ ସଞ୍ଜୟ କୁମାର ନାୟକ,ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର୍ ଅସୀମା ସାହୁ ଏବଂ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍ ସୌମେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଆଶିଷ୍ ଙ୍କୁ ସ୍ଵର୍ଣ୍ଣ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଆଶିଷ୍ ଙ୍କ ଏହି ସଫଳତାରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ ଦାସ୍,କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,ରସାୟନ ବିଜ୍ଞାନ ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଶିଷ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଶିଷ ଏହି ସଫଳତାର ଶ୍ରେୟ ନିଜ ବାପା ମାଆ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଆଶିଷ ବର୍ତ୍ତମାନ ରସାୟନ ବିଜ୍ଞାନରେ ପିଏଚଡି କରୁଥିବା ବେଳେ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Related posts

ଅଜଣା ଗାଡିକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୨ ଗୁରତର

mahabharatanews

ଖଲଣା ଠାରେ ଘସିପୁରା କଂଗେସ ପକ୍ଷରୁ ବିଏଲ୍ଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

ଇଭିଏମ୍ ମେସିନ୍ ଅଚଳ 

mahabharatanews