ଖେଳ

ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ

ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିବା ଶନିବାର ସୂଚନା ଦେଇଛି। ଏ ସଂଦର୍ଭରେ ଚିଠି ଲେଖି ଆଇସିସି ବାଂଲାଦେଶକୁ ନିଜର ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛି।

ବାଂଲାଦେଶ ବାହାରିବା ପରେ ସ୍କଟଲାଣ୍ଡକୁ ଟି-୨୦ ବିଶ୍ଵକପ୍ ୨୦୨୬ରେ ସ୍ଥାନ ମିଳିଛି। ସ୍କଟଲାଣ୍ଡକୁ ଗ୍ରୁପ ସିରେ ସାମିଲ୍ କରାଯାଇଛି। ଏହି ଗ୍ରୁପରେ ଇଂଲଣ୍ଡ, ଓ୍ଵେଷ୍ଟଇଣ୍ଡିଜ, ନେପାଲ ଓ ଇଟାଲୀ ପରି ଟିମ୍ ରହିଛି। ଉଲ୍ଲେଖନୀୟ ବାଂଲାଦେଶ ଓ ଆଇସିସି ମଧ୍ୟରେ ପ୍ରାୟ ତିନି ସପ୍ତାହ ଧରି ଟଣାଓଟରା ସ୍ଥିତି ଲାଗି ରହିଥିଲା। ଭାରତରୁ ନିଜର ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରିବା ଜିଦରେ ଅଟଳ ରହିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ। କିନ୍ତୁ ଆଇସିସି ସ୍ପଷ୍ଟ ଭାବେ ଜଣାଇ ଦେଇଥିଲା ଯେ, ଭାରତରୁ କୌଣସି ମ୍ୟାଚ୍ ସ୍ଥାନାନ୍ତର ହେବ ନାହିଁ। ବାଂଲାଦେଶକୁ ଭାରତରେ ହିଁ ମ୍ୟାଚ୍ ଖେଳିବାକୁ ପଡ଼ିବ।

Related posts

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

mahabharatanews

୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ

mahabharatanews

RRର ଲଗାତାର ଚତୁର୍ଥ ବିଜୟ

mahabharatanews