ଓଡିଶା

ବାଇକ୍କୁ ଧକ୍କା ଦେଇ ଓଲଟିଲା ବସ, ୧ ମୃତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ସୋନପୁର ରାଜରାସ୍ତାର ପୁଇଁତଳା ନିକଟରେ ଏକ ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ସାତ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ବାଇକ୍ ଆରୋହୀ ବୋଲି ଜଣାପଡିଥିବା ବେଳେ ତାଙ୍କର ପରିଚୟ ଏଯାଏ ମିଳିପାରିନାହିଁ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଚକାଡୋଳା ନାମକ ଏକ ଘରୋଇ ବସ୍ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ତେବେ ପୁଇଁତଳା ନିକଟରେ ଏକ ବାଇକ୍ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା । ତୁରନ୍ତ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Related posts

ପୁଲିସ ମାଓବାଦୀ ଗୁଳି ବିନିମୟ: ୧୭ ଯବାନ ଶହୀଦ ୧୪ ଆହାତ , ୧୫ ଏକେ – ୪୭ ଲୁଟିଲେ ମାଓବାଦୀ

mahabharatanews

ଜଟଣୀରେ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

mahabharatanews

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews