ଓଡିଶା

ଜଟଣୀରେ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍ । ଜଟଣୀରେ କ୍ୟାନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଭିଡିଓ କନଡଫରେନ୍ସିଂ ମାଧ୍ୟମରେ ଜଟଣୀ ସ୍ଥିତ ହୋମି ଭାବା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଉଛି । ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ । କେନ୍ଦ୍ର ଆଟମିକ୍ ଏନର୍ଜି ଓ ଟାଟା ପକ୍ଷରୁ ଏନେଇ ମିଳିତ ଭାବେ ପ୍ରୟାସ କରାଯାଇଛି । ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଛି । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଆଟମିକ୍ ଏନର୍ଜି ଓ ଟାଟା ପକ୍ଷରୁ ଏନେଇ ମିଳିତ ଭାବେ ପ୍ରୟାସ କରାଯାଇଛି । ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଛି । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।ସବୁଠୁ ବଡ କଥା ହେଉଛି ବହୁ ଅଥ୍ୟାଧୁନିକ ଯନ୍ତ୍ରପାତି ରହିଛି । ଯାହା କ୍ୟାନ୍ସର ଭଳି ଏକ ରୋଗର ଚିକିତ୍ସା ହେଇପାରିବ । ଏବଂ ଚିକିତ୍ସା ପାଇଁ କ୍ୟାନ୍ସର ରୋଗୀମାନଙ୍କୁ ବାହାରକୁ ଯିବାକୁ ପଡୁଥିଲା ଏବଂ ଅସୁବିଧାର ସମ୍ମୁଖୀନ ହେଇଥିଲେ ଏଥିରେ ସେମାନେ ଉପକୃତ ହୋଇପରିବେ ।

Related posts

କିଏ ସେହି ବିଧାୟକ ଅରୁଣଙ୍କ ବିରୋଧରେ କରୁଛନ୍ତି ଷଡଯନ୍ତ୍ର

mahabharatanews

ଧଉଳି ପାଳିବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ

mahabharatanews

ପୁରୀରେ ସ୍କ୍ରବଟାଫସ୍ ଆତଙ୍କ ; ୧୨୦ ପଜିଟିଭ୍ ଚିହ୍ନଟ

mahabharatanews