ଓଡିଶା

ବାଇକ୍ ଦୁର୍ଘଟଣାରେ ୨ ମୃତ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ବପାଣି ଘାଟି ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଜୟପାଟଣା ବ୍ଲକ ଅନ୍ତର୍ଗତ ପରଜାନାଗଫେଣୀ ଗାଁର ବାସିନ୍ଦା ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ଶନିବାର ଯୁବକ ଦ୍ୱୟ କୌଣସି କାମରେ ନବରଙ୍ଗପୁର ଯାଇଥିଲେ । ପରଦିନ ସକାଳେ ଘରକୁ ଫେରୁଥିବା ବେଳେ ହଠାତ ଆମ୍ବପାଣି ଘାଟି ନିକଟରେ ସେମାନଙ୍କ ବାଇକ ଭାରସାମ୍ୟ ହରାଇଥିଲା ଓ ସେମାନେ ତଳେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିଲେ । ଅନ୍ୟ ଜଣକୁ ପୋଲିସ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ବିଧାନସଭା ଆଗରେ ଅଖିଳେଶଙ୍କ ଧାରଣା

mahabharatanews

ଅକ୍ଟୋବର ୧୬ରେ ଓସିଏସ ପ୍ରିଲିମନାରୀ ପରୀକ୍ଷା

mahabharatanews

ମେଡିକାଲରୁ ଖସିଗଲା ହେଲେ ଡ୍ରେନରୁ ଧରାପଡିଲା

mahabharatanews