ଭାରତ

ବାଦଲଫଟା ବର୍ଷା: ନୈନିତାଲରେ ୨୪ ଜଣଙ୍କ ମୃତ୍ୟୁ

ନୈନିତାଲ: ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା, ବନ୍ୟା ସ୍ଥିତି ପାଇଁ ଅନ୍ୟୁନ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ନୈନିତାଲ ଓ କିଛି ଅନ୍ୟ ପ୍ରାନ୍ତରେ ରାସ୍ତା ଉପରେ, ପୋଲ ଓ ରେଳ ଧାରଣା ଉପରେ ଜଳ ଲହଡି ଭାଙ୍ଗୁଛି । ଅନେକ ସ୍ଥାନରେ ପୋଲ ଓ ରେଳଧାରଣ ଜଳ ସ୍ରୋତରେ ଧୋଇ ହୋଇଯାଇଥିବାର ଭିଡିଓ ଦେଖିବାକୁ ମିଳିଛି । ନୈନିତାଲ ଜିଲ୍ଲା ରାମଘାଟ ଅଞ୍ଚଳରେ ବାଦଲପଠା ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଭିଡିଓରେ ନୈନି ହ୍ରାଦରେ ପାଣି ଭରି ଏହା ରାସ୍ତା ଓ ନିକଟରେ ଥିବା କଫି ଦୋକାନ ଓ ଅନ୍ୟ ଅଞ୍ଚଳକୁ ପଶିଯିବା ଦେଖିବାକୁ ମିଳିଛି ।
ମଙ୍ଗଳବାର ରାଜ୍ୟର ବିଭିନ୍ନ ପ୍ରାନ୍ତରେ ୧୧ ଜଣ ବ୍ୟକ୍ତିଙ୍କ ବର୍ଷାରେ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମିଙ୍କ ସୂଚନା ମୁତାବକ, ରାଜ୍ୟରେ ଗତ ୨ ଦିନ ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଭୂସ୍ଖଳନ ଯୋଗୁ ମାଟିତଳେ ଦବି ରହିଛନ୍ତି । ଭୂସ୍ଖଳ ଓ ବାଦଲଫଟା ବର୍ଷାରେ ନୈନିତାଲ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳରୁ ବିଛିନ୍ନ ହୋଇଯାଇଛି । ଏହି ପର୍ଯ୍ୟଟକଙ୍କ ଅ।।କର୍ଷଣ ନୈନିତାଲକୁ ସଂଯୋଗ କରୁଥିବା ରାସ୍ତାରେ ପାହାଡ ଭାଙ୍ଗିବାରୁ ରାସ୍ତା ବ୍ଲକ ହୋଇ ଯାଇଛି । ରାମଗଡ ଗ୍ରାମରେ ବଜ୍ରପାତରେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ସେଠାର ମୃତକଙ୍କ ସଂଖ୍ୟା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।
ରାମଗଡର ଲେମନ ଟି ରିସୋର୍ଟରେ ଥିବା ୨୦୦ ଜଣ ଅଟକି ରହିଥିଲେ । ରିସୋର୍ଟ ମଧ୍ୟକୁ କୋଶି ନଦୀର ଜଳ ପଶିଯାଇଥିଲା । ସେମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ବର୍ଷା, ବଜ୍ରପାତ ଓ ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବ।। ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱସ୍ତ କରାଯାଇଛି କି, ମଙ୍ଗଳବାରଠାରୁ ବର୍ଷା ଥମିବ । ତେବେ ୨୨ ଓ ୨୩ ତାରିଖରେ ହିମାଚଳ ପ୍ରଦେଶରେ ଭିଷଣ ବର୍ଷା ସମ୍ଭାବନା ଥିବା ସୂଚନା ଦିଆଯାଇଛି । ତଥାପି ଉତ୍ତରାଖଣ୍ଡର କୁମେନ କ୍ଷେତ୍ର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତ ୪ ଦିନ ପାଇଁ ଗହ୍ୱର୍ାଲ ଅଞ୍ଚଳରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

 

Related posts

ବିଲକିସ ଗଣ ଦୁର୍ଷ୍କମ ଘଟଣାରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

mahabharatanews

ଦିଲ୍ଲୀରେ ଝଲସୁଛି ଓଡିଶା ନୌବାଣିଜ୍ୟ ପରମ୍ପରା

mahabharatanews

 ଆସନ୍ତାବର୍ଷ ଲଞ୍ଚ ହେବ ଶୁକ୍ରଯାନ  

mahabharatanews