ଅପରାଧ

ବାରିପଦା ଜେଲ ଯିବା ବାଟରେ ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର ନେଇ ସଦ୍ୟ ତଥ୍ୟ ମିଳିଛି । ବାରିପଦା ନିକଟରେ ହାଇଦରକୁ ଏନକାଉଣ୍ଟର କରାଯାଇଛି । ଚୌଦ୍ୱାରରୁ ବାରିପଦା ଜେଲକୁ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଛି । ସିମୁଳିଆ ନିକଟରେ ଏନକାଉଣ୍ଟର ହୋଇଛି । ତାର ପେଟରେ ଗୁଳି ବାଜିଛି । ତାକୁ ବାଲେଶ୍ୱର ମେଡିକାଲକୁ ନିଆଯାଇଛି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ଆଜି ଚୌଦ୍ୱାର ଜେଲରୁ ବାରିପଦା ନିଆଯାଉଥିଲା । ପ୍ରାୟ ୩.୨୦ ମିନିଟରେ ସେ ସିମୁଳିଆ ନିକଟରେ ପରିଶ୍ରା କରିବାକୁ କହିଥିଲା । ଗାଡି ଅଟକାଇ ତାକୁ ବାହାରକୁ ବାହାର କରିବା ସମୟରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ତାକୁ ପ୍ରଥମେ ତା ସହ ଯାଇଥିବା ପୁଲିସ କର୍ମଚାରୀ ତାଙ୍କୁ ୱାର୍ଣ୍ଣି ଦେଇଥିବା ବେଳେ ସେ କିନ୍ତୁ ଏହାକୁ ଶୁଣିନଥିଲା । ତେଣୁ ବାଧ୍ୟହୋଇ ତା ଉପରକୁ ଗୁଳି ଚଳାଯାଇଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Related posts

୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପାଟଣାଗଡ ଜେଇ

mahabharatanews

ବହୁରୂପୀ ଏଣ୍ଡୁଅକୁ ଡିଲ୍ କଲାବେଳେ ଧରିଲା ବନ ବିଭାଗ

mahabharatanews

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews