ଓଡିଶା

ବାଲିପୁଟ-ସାତକୋଶିଆର ଟେଣ୍ଟ ନିର୍ମାଣ ଶେଷ ପର୍ୟ୍ୟାୟରେ

(ନିର୍ମଳେନ୍ଦୁ ମିଶ୍ର / ନରସିଂହପୁର): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିପୁଟଠାରେ ସାତକୋଶିଆ ଓଡ଼ିଶା-ଛତିଶଗଡ଼ରେ ପ୍ରବାହିତ ଦୀର୍ଘତମ ନଦୀ ମହାନଦୀର ଅନନ୍ୟ ଜୈବ ପରିବେଶ ପର୍ୟ୍ୟଟନସ୍ଥଳୀ। ଏହାର ବିକାଶ ପାଇଁ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଉଦ୍ୟମରେ ଏହାକୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରୁ ମୁକ୍ତକରି ରହଣିସ୍ଥଳ ଓ ଆନୁଷଙ୍ଗିକ ସ୍ଥଳୀର ବିକାଶ ତଥା ସଂଲଗ୍ନ ପର୍ୟ୍ୟଟନସ୍ଥଳୀର ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଇଛି । ନିଆଯାଇଛି। କୋଭିଡ କଟକଣା ସତ୍ତ୍ୱେ ଚଳିତବର୍ଷ ଟେଣ୍ଟ ଗନ୍ତବ୍ୟସ୍ଥଳୀର ସ୍ଥାପନା ପାଇଁ ରାଜ୍ୟ ପର୍ୟ୍ୟଟନ ବିଭାଗ ମଂଜୁରୀ ଦେଇଛନ୍ତି। ସାତକୋଶିଆ-ବାଲିପୁଟ ସମେତ ଭିତରକନିକା,କଟକ ରାମଚଣ୍ଡୀ,ଦାରିଙ୍ଗବାଡି,ଦେବ୍ରିଗଡ଼ ପ୍ରଭୃତି ସ୍ଥଳରେ ପର୍ୟ୍ୟଟନ ବିଭାଗ ଆନୁକୂଲ୍ୟରେ ଘରୋଇ ଭାଗିଦାରୀରେ ଟେଣ୍ଟ ପର୍ୟ୍ୟଟନ ରହଣିସ୍ଥଳୀ ପର୍ୟ୍ୟଟକଙ୍କ ପାଇଁ କରାଯାଉଛି। ଯାହାର ଲୋଗୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଉନ୍ମୋଚନ କରିଛନ୍ତି। ଆସନ୍ତା ୮ ତାରିଖରୁ ଏହା ପର୍ୟ୍ୟଟକଙ୍କ ପାଇଁ ଉନ୍ମୁକ୍ତ କରିବା ପାଇଁ ସ୍ଥିର ହୋଇଛି।
ଆଜି ଅପରାହ୍ନରେ ଏହାର କାର୍ୟ୍ୟ ଓ ଆନୁଷଙ୍ଗିକ ଘାଟ ୨ଟିରେ ଜେଟି ପାଇଁ ବ୍ୟବସ୍ଥା,ରାସ୍ତା,ଆଲୋକୀକରଣ,ପାନୀୟ ଜଳଯୋଗାଣ ପ୍ରଭୃତି ଭିତ୍ତିଭୂମିର ବିଧାୟକ ଶ୍ରୀ ମିଶ୍ର,ଅଧିକାରୀ ମାନଙ୍କ ସହ ବ୍ଲକ ଅଧ୍ୟକ୍ଷ,ସ୍ଥାନୀୟ ପ୍ରତିନିଧିଙ୍କ ସହ ତଦାରଖ କରିଥିଲେ। ୨୫ଟି ଟେଣ୍ଟ ନିର୍ମାଣ ସମାପ୍ତ ହୋଇଛି । ଆଉ ୨ଟି ଡିଲକ୍ସ ଟେଣ୍ଟ,ସଭାଗୃହ,ରେଷ୍ଟୁରାଣ୍ଟ,ଅଭ୍ୟର୍ଥନା କକ୍ଷ,ସାଂସ୍କୃତିକ ସ୍ଥଳୀ ପ୍ରଭୃତିର ନିର୍ମାଣ ଦ୍ରୁତଗତିରେ ଆଗେଇ ଚାଲିଛି। ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଙ୍ଗ ସମାପ୍ତ ହୋଇଛି । ଏହା ସହ ପ୍ରାରମ୍ଭିକ ପର୍ୟ୍ୟାୟରେ ୬ ଟିରୁ ୮ ଟି ଟେଣ୍ଟ ଖୋଲା ଡାଇନିଂ ସ୍ଥଳୀ, ସୂର୍ୟ୍ୟଦୟ ଓ ସୂର୍ୟ୍ୟସ୍ଥ ଦେଖିବା ପାଇଁ ବ୍ୟବସ୍ଥା ସମ୍ପର୍କରେ ବାଲିପୁଟ ଗାଁ ପାର୍ଶ୍ୱ ଇକୋ ଡେଭଲପମେଣ୍ଟ କମିଟି ଓ ଅନୁଗୁଳ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ବ୍ଲକ ସହଯୋଗୀତାରେ ପିକନିକ କେନ୍ଦ୍ର କାମକୁ ଆଗେଇନେବା ପାଇଁ ବିଧାୟକ ଗୁରୁତ୍ୱ ଆରୋପ କରିଛନ୍ତି । ଖଙ୍କଙ୍ଘଙ୍କକ୍ସଚ୍ଚ ଞରଦ୍ଭଗ୍ଧ ଐକ୍ଟଙ୍କଗ୍ଦର ଗୁଡିକ ଦାମ ଅଧିକ ହେଉଥିବାରୁ ଏହା ଦ୍ୱାରା କାମ ମୂଲ୍ୟରେ ଅଂଚଳ ତଥା ବାହାର ନିମ୍ନ ମଧ୍ୟବିତ୍ତ ପର୍ୟ୍ୟଟକଙ୍କ ପାଇଁ ଏହା ଉନ୍ମୁକ୍ତ ହୋଇପାରିବ । ଏହାକୁ ନିର୍ଦ୍ଧାରିତ ସମୟରେ ସରିବା ପାଇଁ ବିଭିନ୍ନ ଅଧିକାରୀଙ୍କ ସହ ବିଧାୟକ ଆଲୋଚନା କରିଥିଲେ ।

Related posts

ଚାଷ ଉପରେ ଗୁରୁତ୍ୱ ଦିଅଯାଇ ବାହାରିଛି ମିଲେଟ୍‍ ‘ମିଲି’ : ପାଳନ ହେଉଛି ମାଣ୍ଡିଆ ଦିବସ

mahabharatanews

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ

mahabharatanews

ବାହାନଗା ରେଳ ଦୁର୍ଘଟଣା : ୩ ରେଳ କର୍ମଚାରୀ ଗିରଫ

mahabharatanews

Leave a Comment