ଅପରାଧ

ମଦ ଦୋକାନ ଉପରେ ଚଢାଉ, ୩ ଗିରଫ

କଣିହାଁ/ଜ୍ୟୋତିରଞ୍ଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଧିନସ୍ଥ ରେଙ୍ଗାଳି ଡ୍ୟାମ ସାଇଟ ଥାନା ଠାରୁ ୫ଶହ ମିଟର ଦୂରରେ ଦିର୍ଘଦିନ ଧରି ବେଆଇନ ଭାବରେ ମଦ ଦୋକାନ ଚାଲିଥିବା ବେଳେ ଆଜି ତାଳଚେର ଉପଖଣ୍ଡ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ମହୁଲି ମଦ ଜବତ କରାଯାଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଅବକାରୀ ପୋଲିସ ଗିରଫ କରିଛନ୍ତି ।ସୂଚନାରୁ ପ୍ରକାଶ ଯେ , ରେଙ୍ଗାଳି ବଜାରର ଛାତି ଉପରେ ବେଆଇନ ମଦ ବିକ୍ରି ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ଚୁପ ଥିବାରୁ ମହିଳାମାନେ ତାଳଚେର ଅବକାରୀ ବିଭାଗକୁ ଖବର ଦେଇଥିଲେ । ଆଜି ତାଳଚେର ଅବକାରୀ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୧୨ ବସ୍ତା ମହୁଲୀ ପାଉଚୁ ମଦ ଜବତ କରିବା ସହ ୩ ଅଭିଯୁକ୍ତ ତଥା ମଦ ମାଫିଆଙ୍କୁ ଗିରଫ କରିଥିବା ଜଣାପଡିଛି ।

Related posts

୪ ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ନିଲମ୍ବିତ ଗର୍ଭପାତକାରୀ ଆଇଆଇସି

mahabharatanews

ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ପରିବାର

mahabharatanews

୫ ମାସ ପରେ ଦୁଷ୍କର୍ମକାରୀ ଗିରଫ

mahabharatanews