ଓଡିଶା

ବାହାଘର ପୂର୍ବରୁ ଯୁବକଙ୍କୁ ଦୁର୍ବୃତ୍ତଙ୍କ ନିସ୍ତୁକ ମାଡ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ରାସ୍ତାରେ ନିସ୍ତୁକ ମାଡ ମାରିଛନ୍ତି । ସୂଚନା ଅନୁଯାୟୀ, ଏହି ଅଞ୍ଚଳର ମନୋଜ ବେହେରା ନାମକ ଜଣେ ଯୁବକଙ୍କର ବାହାଘର ହେବାର ଥିଲା । ଏଥିପାଇଁ ସେ ନିକଟସ୍ଥ କାଳୀଝାଟି ଅଞ୍ଚଳକୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ । କିନ୍ତୁ ତିନିକୋଶିଆ ଜଙ୍ଗଲ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧମକାଇ ଉକ୍ତ ଯୁବତୀଙ୍କୁ ବାହା ନ ହେବାକୁ ଧମକାଇଥିଲେ । ଏଥିସହ ନିର୍ଧୁମ ପିଟିବା ସହ ବ୍ଲେଡରେ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଛନ୍ତି । ଉକ୍ତ ଯୁବକଙ୍କ ଠାରୁ ୫ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରି ନୀଳଗିରି ପୋଲିସ ଘଟଣାର ଛାନଭିନ ଚଳାଇଛି ।

Related posts

ମୋସଭର୍ୟା ଠିକାସଂସ୍ଥାର ମନମାନି, ସ୍ଥାନୀୟ ଯୁବକଙ୍କୁ ମିଳୁନି ନିଯୁକ୍ତି

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

ପୌର ନିର୍ବାଚନ ସଜବାଜ: ସମୁଦାୟ ୧୭୩୭ ୱାର୍ଡରେ ହେବ ନିର୍ବାଚନ, କାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର

mahabharatanews