ଓଡିଶା

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

ସୁବର୍ଣ୍ଣପୁର: ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର  ମିଳିତ ଯାଞ୍ଚ କରାଯାଇଥିଲା । ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ  ରାତ୍ରିରେ  ମିଳିତ ଯାଞ୍ଚ କରାଯାଇଥିଲା ।  ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ।

ଏହି ସ୍ୱତନ୍ତ୍ର ଯାଞ୍ଚ ସୋନପୁର ସହରର କୁଞ୍ଜ ଛକ ଓ ବ୍ଲକ ଛକ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ଯାଞ୍ଚ ସମୟରେ ୧୧ ଟି ବିଭିନ୍ନ ଗାଡିକୁ ଜବତ କରାଯାଇ ଗାଡି ଗୁଡିକୁ ପରିବହନ କାର୍ଯ୍ୟାଳୟ ଓ ସୋନପୁର ଥାନା କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା  ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ପରିବହନ ଅଧିକାରୀ ସୁବର୍ଣ୍ଣପୁରଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ । ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମରେ ଅତିରିକ୍ତ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଲୋକନାଥ ନାୟକ, ସୋନପୁର ସହରାଞ୍ଚଳ ଥାନା ଅଧିକାରୀ ସମେତ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

କୋରୋନା ମୁକାବିଲା ପାଇଁ ଜ୍ୟାକ୍ ମା ଦେଲେ ୧୪ ମିଲିୟନ ଡଲାର

mahabharatanews

ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶିଶୁ ସୈନିକ ପାଳିଲେ ଜାନୁଆରୀ 26

mahabharatanews

ଆଜି ଓଡଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ

mahabharatanews