(ଭୁବନେଶ୍ୱର): ବିଜେଡିର ନିର୍ବାଚନ ଇସ୍ତାହାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ । ମଧ୍ୟବର୍ତ୍ତୀ ପରିବାର ଙ୍କ ପାଇଁ ନିର୍ବାଚନ ଇସ୍ତାହାର ରେ ଥିବା ୫ଗ୍ୟାରେଣ୍ଟି ଦେଲା ବିଜେଡି । ଓଡ଼ିଶା ଗଢିବାର ସ୍ୱପ୍ନ ର ୩ଟି ଆଦର୍ଶ ସୁଖୀ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଢ଼ିବ ସେଥିପାଇଁ ରୋଡ଼ ମ୍ୟାପ । ସମାଜ ର ସବୁ ବର୍ଗ ର ଉନ୍ନତି ପାଇଁ କାମ କରିବା କୁ ପଡିବ । ସେଥିପାଇଁ ୨୦୨୪ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି । ବିଜେପି ନେତା କହୁଛନ୍ତି ୨୫ବର୍ଷ ରେ କିଛି କରାଯାଇନି ।
ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ କହିଛନ୍ତି ୨୫ବର୍ଷ ରେ ମୂଳ ଦୁଆ ପଡିଛି ଆଗାମୀ ୧୦ବର୍ଷ ରେ ଓଡିଶା ଆଗକୁ ଯିବ । ୨୦୩୪ ସୁଦ୍ଧା ପ୍ରତ୍ୟେକ ଓଡ଼ିଆ ଙ୍କ ଆୟ ଦ୍ରୁତ ଗତିରେ ବଢିବ । ଯୁବକ, ମହିଳା, କୃଷକ, ଜନ ଜାତି ଙ୍କ ସଂମ୍ପର୍କ ରେ କହିଛୁ । ମଧ୍ୟବର୍ତ୍ତୀ ପରିବାର ହେଉଛନ୍ତି ସମାଜ ର ମେରୁଦଣ୍ଡ । ସେମାନଙ୍କ ପାଇଁ ଉନ୍ନତି ପାଇଁ ରୋଡ ମ୍ୟାପ କରାଯାଇଛି । ଇସ୍ତାହାରରେ ୫ ଦ୍ୱତୀୟ ସ୍ୱାସ୍ଥ୍ୟ ସୁରକ୍ଷା । ସମସ୍ତଙ୍କ ପାଇଁ BSKY । ତୃତୀୟ ସେଲଟର ସୁରକ୍ଷା । ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ନିର୍ମାଣ ପାଇଁ ଋଣ ମିଳିବ | ଚତୁର୍ଥ ହେଲା ପରିବହନ ସୁରକ୍ଷା । ପିଲା ଛୁଆ ମାନେ ପାଠ ପଢିବା ପାଇଁ ପରିବହନ ବ୍ୟବହାର କରୁଛନ୍ତି । ଲକ୍ଷ୍ମୀ ବସ ରେ ଏମାନଙ୍କୁ ସଂଯୋଗ କରାଯିବ । ପଞ୍ଚମ ହେଲା ବିଜୁଳି ସୁରକ୍ଷା । ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ । ସମସ୍ତେ ମଧ୍ୟବର୍ତ୍ତୀ ପରିବାର ଙ୍କୁ ସାମିଲ କରାଯିବ ।