ଓଡିଶା

ଉଦଳା ବିଧାୟକଙ୍କ ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଗସ୍ତ

(ଦୀପକ ମିଶ୍ର/ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ବିଧାୟକ ଭାସ୍କର ମଢେଇ ଆଜି କପ୍ତିପଦା ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତ ଓ କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା କ୍ୱାରେଟାଇନ ସେଣ୍ଟର ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ କ୍ଷ ବିଶେଷ କରି ଏହି ମହାମାରୀ ସମୟରେ କପ୍ତିପଦା ଅଞ୍ଚଳର ସମସ୍ତ ଜନସାଧାରଣ କେମିତି ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଇ ପାରିବ ସେ ଦିଗରେ ବିଧାୟକ ଆଲୋକପାତ କରିଥିଲେ କ୍ଷ ଏ ଘଡିସନ୍ଧି ମୁହୂର୍ତ୍ତରେ ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରୁଥିବା ସମସ୍ତ ଡାକ୍ତର, ନର୍ସ, ଆଶା ଦିଦି ଏବଂ ଅଙ୍ଗନବାଡି ଦିଦିମାନଙ୍କ କାର୍ୟ୍ୟକୁ ବିଧାୟକ ପ୍ରସଂଶା କରିଥିଲେ ।

Related posts

ଫେବୃଆରୀରେ ରାଜ୍ୟସଭା ନିର୍ବାଚନ

mahabharatanews

କୃଷକମାନଙ୍କ ପାଇଁ ସଚେତନତାର କୃଷି ରଥର ଶୁଭାରମ୍ଭ

mahabharatanews

ଜିଲ୍ଲାସ୍ତରୀୟ A1 ଗ୍ରେଡଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

mahabharatanews