ଅପରାଧ

ବିଜେପି ନେତ୍ରୀଙ୍କ ଗାଡି ଉପରେ ବୋମାମାଡ

ଭୁବନେଶ୍ୱର: ରାଜଧାନୀରେ ବଢିଚାଲିଛି ଅପରାଧ । ଦିନ ଦ୍ୱିପ୍ରହରେ ପେଟ୍ରୋଲ ବୋମା ମାଡ । ବୋମା ମାଡରେ ଜଳିଗଲା ରାଜଧାନୀରେ ଏକ କାର । ଏହି କାରଟି ହେଉଛି ଜଣେ ବିଜେପି ନେତ୍ରୀଙ୍କର । କିଛି ଦୁର୍ବୃତ୍ତ ନେତ୍ରୀଙ୍କ ଗାଡି ଉପରକୁ ପେଟ୍ରୋଲ ବୋମା ପକାଇଥିବ।। ସୂଚନା ରହିଛି ।
ଆଜି ମଧ୍ୟାହ୍ନରେ ନୟାପଲ୍ଲୀ ବ୍ରିଟ କଲୋନୀସ୍ଥିତ ଘର ଆଗରେ ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବରିକଙ୍କ ଗାଡି ପାର୍କିଂ ହୋଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଏକ ପେଟ୍ରୋଲ ବୋମା ମିନତୀଙ୍କ ଗାଡି ଉପରକୁ ପକାଇ ସେଠାରୁ ଉଭାନ ହୋଇଯାଇଥିଲେ । ଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଉଠିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଛି ।

 

Related posts

ଶାଶୁକୁ ହାଣି ଜ୍ୱାଇଁ ପୁଅ ଚମ୍ପଟ୍, ଥାନାରେ ମାମଲା

mahabharatanews

କୋରୁକୋଣ୍ଡା ମହିଳା ନାଏବ ସରପଞ୍ଚକୁ ନ୍ୟାୟ ମିଳିବ କେବେ

mahabharatanews

ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର

mahabharatanews