ଅପରାଧ

ବିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ଭୁବନେଶ୍ୱର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ବିଡିଏ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବିଡିଏରେ କାର୍ଯ୍ୟରତ ନାମକ ଜଣେ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଭିଜିଲାନ୍ସର ଏକ ଟିମ ବିଡିଏ ଅଧିକାରୀଙ୍କ ଭୁବନେଶ୍ୱର ସ୍ଥିତ ଜିଜିପି କଲୋନୀ ବାସଭବନ, ଝାରପଡା ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଛି । ଏହାସହ ଜଗତସିଂହପୁରରେ ଥିବା ତାଙ୍କ ପୈତୃକ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଉକ୍ତ ବିଡିଏ ଅଫିସର ଓ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ ସହ ବିଭିନ୍ନ କାଗଜପତ୍ର ଓ ସୁନା ଅଳଙ୍କାରଗୁଡିକୁ ଭଲ ଭାବେ ଯାଞ୍ଚ କରାଯାଉଛି ।

Related posts

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଚାକିରି କରାଇଦେବା ପ୍ରତିଶୃତି ଦେଇ ଠକେଇ ଅଭିଯୋଗ

mahabharatanews

କଫ ସିରଫ କାଗଡି ଜବତ: ୫ ଗିରଫ

mahabharatanews