ଓଡିଶା

ବିଡିଓ ରମେଶ ଚନ୍ଦ୍ର ଜେନାଙ୍କୁ କରୋନା ସଂଗ୍ରାମୀ ସେନାପତି ଉପାଧିରେ ଭୂଷିତ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ‘କରୋନା ସଂଗ୍ରାମୀ ସେନାପତି’ ଉପାଧିରେ ଗତକାଲି ଭୂଷିତ କରିଥିଲେ ଜିଲ୍ଲା କଳାକାର ସାମୁଖ୍ୟ ଏବଂ ବ୍ଲକ କଳାକାର ସଂଘ । ଏହି ଅବସରରେ କଣିହାଁ ପବିତ୍ର ମୋହନ ସଭାଗୃହ ପରିସରରେ ଏକ ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି । କଣିହାଁ ବ୍ଲକର ଶତାଧିକ କଳାକାର, ଦଳପତି, ପଦାଧିକାରୀ ଓ ପଂଚାୟତ ପ୍ରମୁଖ ମାନେ ସାମିଲ ଥିଲେ । ଶତାଧିକ କଳାକାରଙ୍କ ଗହଣରେ ଜିଲ୍ଲା କଳାକାର ସଂଘର ଉପସଭାପତି ନବଘନ ସାମଲ ଓ ଜିଲ୍ଲା କଳାକାର ସାମୁଖ୍ୟ ସଭାନେତ୍ରୀ ଶାନ୍ତିଲତା ଦାଶ କଣିହାଁ ବିଡିଓ ଶ୍ରୀ ଜେନାଙ୍କୁ ‘କରୋନା ସଂଗ୍ରାମୀ ସେନାପତି’ ଉପାଧି ସମ୍ପର୍କିିତ ମାନପତ୍ର ପ୍ରଦାନକରବା ସହ ଉତ୍ତରୀୟ ପରିଧାନ ପୂର୍ବକ ପୁଷ୍ପ ଗୁଛ ପ୍ରଦାନ କରି ସମ୍ମାନିତ କରିଥିଲେ । ସାମ୍ପ୍ରତିକ କରୋନା ଭୟାଭୟତାକୁ ଖାତିରି ନକରି ସମଗ୍ର ବ୍ଲକବାସୀଙ୍କୁ ସୂରକ୍ଷିତ ରଖିବା ତଥା କରୋନା ଭୂତାଣୁ ବିରୋଧରେ ଅଦ୍ୟାବଧି ସଂଗ୍ରାମ ଯାରିରଖିଛନ୍ତି । ବ୍ଲକ ସ୍ତର ପ୍ରତି ସଂଗରୋଧ କେନ୍ଦ୍ର ଗୁଡିକକୁ ମାରାଥନ ଗ୍ରସ୍ତକରି ଗ୍ରାମାଚଂଳର ଟିକିନିଖି ଖବର ରଖି ତତ୍କ୍ଷଣାତ ପଦକ୍ଷେପ ନେଇଥାନ୍ତି ବୋଲି ଜିଲ୍ଲା କଳାକାର ସଂଘର ଉପସଭାପତି ନବଘନ ସାମଲ ସମବେତ ସଭାରେ ମତବ୍ୟକ୍ତ କରିଥିଲେ । ରାଜ୍ୟସରକାରଙ୍କ ବ୍ଲକ କଳାକାର ସଂଘର ସଭାପତି ହିସାବାରେ ବିଡିଓ ଶ୍ରୀ ଜେନା ପ୍ରଶାସନିକ ଅଧିକାରୀ ଭାବରେ କଣିହାଁ ବ୍ଲକ କଳାକାର ସଂଘକୁ କରୋନା ମୁକାବିଲା ପାଇଁ ସଚେତନତା କରିବାର ପ୍ରେରଣା ଓ ଅନୁମତି ଦେଇଥିବାରୁ ସଭାନେତ୍ରୀ ଶ୍ରୀମତୀ ଦାଶ କଳାକାର ସଂଘ ପକ୍ଷରୁ ସାଧୁବାଦ୍ ଜଣାଇଥିଲେ । ପ୍ରକାଶ ଥାଉକି, ରାଜ୍ୟରେ ଶ୍ରେଷ୍ଠ କଳାକାର ବ୍ଲକ ଭାବରେ କଣିହାଁ ବ୍ଲକ ସ୍ଥାନ ପାଇଛି । ଏପରିକି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ସର୍ବାଧିକ କଣିହାଁ ବ୍ଲକକୁ ମିଳିଛି ବୋଲି ଜିଲ୍ଲାଉପସଭାପତି ଶ୍ରୀ ସାମଲ କହିଥିଲେ । ବ୍ଲକ କଳାକାର ସାମୁଖ୍ୟ ସଭାପତି ନବଘନ ବିଶି, ଜିଲ୍ଲାକଳାକାର ସାଧାରଣ ସଂପାଦକ ବିପିନି ବିହାରୀ ପଟ୍ଟନାୟକ, ସଭାନେତ୍ରୀ ସୁଜ୍ଞାନୀ ସାହୁ, ସଂଘ ମିଡିଆ ସଂଯୋଜକ ବିଜୟ ଦାଶ, ରିନାରାଣୀ ସାହୁ, ଲିନା ସାହୁଅନିତା ସାହୁ , ଲମ୍ବୋଦରସାହୁ, କରୁଣାକର ସେଠି ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ ।

Related posts

ଆଜି ବନକଲାଗି ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

mahabharatanews

ଟମାଟୋ ଓ କୁକୁଡା ଦର ଆକାଶ ଛୁଆଁ ଧରିଲାଣି

mahabharatanews