ଓଡିଶା

ବାଇକ ଧକ୍କାରେ ବୃଦ୍ଧ ମୃତ

(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଦେନାଳି ଠାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ୫୫ ବର୍ଷିୟ ହେମନ୍ତ ସାହୁ ବୋଲି ଜଣାପଡିଛି । ତେବେ ପୋଲିସ ଧକ୍କା ଦେଇଥିବା ବାଇକ୍ ଆରୋହୀଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ସୋମବାର ହେମନ୍ତ ଘରକୁ ଫେରୁଥିବା ବେଳେ ଏକ ବାଇକ୍ ଦେନାଲି ଠାରେ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ହେମନ୍ତଙ୍କ ପରିବାର ଲୋକେ ପ୍ରଥମେ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୂର୍ଘଟଣା ବିଷ୍ୟରେ ଖବର ପାଇବା ପରେ ପୋଲିସ ପହଞ୍ଚି ଧକ୍କା ଦେଇଥିବା ୩ ବାଇକ ଆରୋହୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି ।

Related posts

ଏଯାଏଁ ମିଳୁନି ଓମ୍ ଙ୍କ ପତ୍ତା,ବିତିଗଲାଣୀ ୪ଦିନ

mahabharatanews

ପଞ୍ଚଭୂତରେ ଲୀନ ହେଲେ ବାଗ୍ମୀ ରଜତ କର

mahabharatanews

‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ଏବ ନୂତନ ଶୀତବସ୍ତ୍ର ବଣ୍ଟନ

mahabharatanews