ଅପରାଧ

ବିଦ୍ୟାଭାରତୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି

ଭୁବନେଶ୍ୱର/ଆଦର୍ଶ ରାଉତ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁକୁ ୨ ମ।ସ ବିତିଗଲାଣି । କିନ୍ତୁ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରି ପାରୁନି ପୁଲିସ । ଶେଷରେ ସତ ଜାଣିବାକୁ କ୍ରାଇମ ବ୍ରାଞ୍ଚକୁ ଲାଇ ଡିଟେକ୍ସନ ଟେଷ୍ଟର ସହାୟତା ନେବାକୁ ପଡିଛି । ଲାଇ ଡିଟେକ୍ସନ ଟେଷ୍ଟ ହେବ ବିଦ୍ୟାଙ୍କର । ସକାଳୁ ବିଦ୍ୟା ଟେଷ୍ଟ ପାଇଁ ଭୁବନେଶ୍ୱରସ୍ଥିତ ଫରେନ୍ସିକ ଲ୍ୟାବରେ ପହଞ୍ôଚଥିଲେ ନିଜ ବାପାଙ୍କ ସହ । ବର୍ତ୍ତମାନ ତାଙ୍କ ଟେଷ୍ଟ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । ଏଥିରେ ସୌମ୍ୟଙ୍କ ମୃତ୍ୟୁ ସହ ସେମାନଙ୍କ ବୈବାହିକ ଜୀବନ ତଥା ଡିଏଫଓଙ୍କ ସହ ସମ୍ପର୍କକୁ ନେଇ ଗୁଡେଇ ତୁଡେଇ ପଚାରିବ ତଦନ୍ତକାରୀ ଦଳ ବୋଲି ଆଶା କରାଯାଉଛି ।
ଜୁଲାଇ ୧୨ ତାରିଖ ରାତ୍ରୀ ପ୍ରାୟ ୯ଟାରେ ସୌମ୍ୟଙ୍କ ସରକାରୀ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ପତ୍ନୀ ବିଦ୍ୟା ଭାରତୀ ଏନେଇ ପଡୋଶୀଙ୍କୁ ସୂଚନା ଦେଇଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ହସ୍ପିଟାଲ ଓ ବ୍ରହ୍ମପୁର ଏମକେସିଜିକୁ ନିଆଯାଇଥିଲା । କିନ୍ତୁ ତାଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାଙ୍କୁ କଟକ ଅଣାଯାଇଥିଲା । କିନ୍ତୁ ୧୩ ତାରିଖରେ ତାଙ୍କର ମୃତ୍ୟୁ ହେ।।ଇଥିଲା । ସୌମ୍ୟଙ୍କ ଶରୀର ୯୦ ପ୍ରତିଶତ ଉପରକୁ ପୋଡିଯାଇଥିଲା । ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏନେଇ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କ ନାମରେ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ । ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ଘରେ ବିଦ୍ୟା ଓ ରୋଷେୟା ମନ୍ମଥ କୁମ୍ଭ ଥିଲେ । ଏହା ବ୍ୟତୀତ ବୋହୂର ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଥିବା ପୁଅ ପୂର୍ବରୁ ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଘଟଣାରେ ପୁଲିସ ଓ ପରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି । କିନ୍ତୁ ଏଯାବତ୍ ଜଣାପଡିନାହିଁ ମୃତ୍ୟୁ ପଛରେ କଣ ରହସ୍ୟ ରହିଥିଲା । ଏହା ହତ୍ୟା ଥିଲା ନା ଆତ୍ମହତ୍ୟା ବା ଦୁର୍ଘଟଣାଜନିତ ମୃତ୍ୟୁ ।
ଅନ୍ୟପଟେ ସୌମ୍ୟ ମୃତ୍ୟୁକୁ ଚାପିଦେବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଥିବା ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରୁଛନ୍ତି ଓ ହାଇକେ।।ର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Related posts

ବିମାନ ସିଟରୁ ମିଳିଲା ୧୪ କିଲୋ ସୁନା

mahabharatanews

ହୋଟେଲ ‘ ନିମନ୍ତ୍ରଣ’ରେ ଟଙ୍କା ଘୋଟାଲା

mahabharatanews

ଘର ସାମ୍ନାରେ ଖେଳୁଥିବା ବେଳେ ୬ ବର୍ଷର ଶିଶୁ ପୁତ୍ର ଅପହୃତ

mahabharatanews

Leave a Comment