ଓଡିଶା

ଡ୍ରେନ ନିକଟରୁ ମିଳିଲା ଜ୍ୟୋତିଙ୍କ ମୃତଦେହ

ଭୁବନେଶ୍ୱର/ଆଦର୍ଶ ରାଉତ: ରାଜଧାନୀର ଡ୍ରେନରେ ଛାତ୍ର ଜ୍ୟୋତି ଭାସିଯିବା ପରେ ମିଳିଛି ତାଙ୍କ ମୃତଦେହ । ଗତକାଲି ଶତାଦ୍ଦୀ ନଗର ଡ୍ରେନ୍ରେ ଛାତ୍ର ଭାସିଯାଇଥିଲେ । ୧୮ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଗତକାଲିଠାରୁ ଜ୍ୟୋତିଙ୍କୁ ଖୋଜାଖୋଜି କରିବା ପରେ ଆଜି ମୃତଦେହ ଉଦ୍ଧାର ହୋଇଛି । କେନାଲ ପାଖ ଘାସ ବୁଦା ଭିତରୁ ମୃତଦେହ ମିଳିଛି ।
ରବିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ଜ୍ୟୋତି ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ଶିରିପୁର ଶତାବ୍ଦୀନଗରଠାରେ ଡ୍ରେନ ମୁକୁଳା ଥିବା ସହ ରାସ୍ତା ଓ ଡ୍ରେନ ଏକାକାର ହୋଇଯାଇଥିଲା । ଜ୍ୟୋତି ଜାଣିପାରିନଥିଲେ ଡ୍ରେନକୁ ଓ ସେହି ମୁକୁଳା ଡ୍ରେନ୍ରେ ଖସି ପଡିଥିଲେ । ବର୍ଷା ଯୋଗୁ ଡ୍ରେନରେ ପ୍ରବଳ ପାଣିର ସୁଅ ଛୁଟିଥିଲା । ଆଖି ପିଛୁଳାକେ ପାଣିରେ ଭାସିଯାଇଥିଲେ ଓ ତାଙ୍କର କୌଣସି ପତ୍ତା ମିଳିନଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରାଜାଙ୍କୁ ଗତକାଲି ଠାବ କରିବାରେ ସକ୍ଷମ ହୋଇନଥିଲା । ଆଜି ସକାଳୁ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟ ବୁଦାରୁ ତାଙ୍କ ମୃତଦେହ ପାଇଥିଲା ଅଗ୍ନିଶାମ ବାହିନୀ ।

 

Related posts

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

mahabharatanews

ବଜ୍ରାଘାତରେ ଜଣେ ବୃଦ୍ଧ ମୃତ

mahabharatanews

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

mahabharatanews