ଓଡିଶା

ବିଦ୍ୟାଭାରତୀ , ସଂଗ୍ରାମଙ୍କ ହୋଇପାରେ ଲାଇ ଡିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରିବ ଲାଇ ଡିଟେକ୍ସନ ଟେଷ୍ଟ । ଆବଶ୍ୟକ ପଡ଼ିଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍ପି କହିଛନ୍ତି । ଆଜି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ ଜେରା କରିଛି । ଜେରା ପରେ ଡିଏସପି କହିଛନ୍ତି, ହସ୍ପିଟାଲ୍ରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି। କିନ୍ତୁ କ’ଣ ଲେଖାଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି।
ସେ ଆହୁରି କହିଛନ୍ତି, ସୌମ୍ୟରଞ୍ଜନଙ୍କୁ ଡିଏଫ୍ଓ ଜାଣିଶୁଣି ନାଇଟ୍ ଡ୍ୟୁଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ସେହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହ ତାଙ୍କର କିଛି ସଂପର୍କ ନଥିବା ଡିଏଫଓ କହିଥିଲେ। ବିଦ୍ୟାଭାରତୀ ପଣ୍ଡା ଓ ତାଙ୍କ ପରିବାର ଲୋକଙ୍କୁ ଏଯାଏଁ ପଚରାଉଚରା କରାଯାଇ ନାହିଁ। ସେମାନଙ୍କୁ ପଚରାଉଚରା କରିବା ପରେ ସବୁ କଥାକୁ ତର୍ଜମା କଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଡିଏସପି କହିଛନ୍ତି । ।

 

Related posts

ଅସନ୍ତୁଷ୍ଟଙ୍କ ପାଇଁ ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

mahabharatanews

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews

୨୦୨୪ ନିର୍ବାଚନରେ ଲଢିବେନି ନରସିଂହ

mahabharatanews