ଓଡିଶା

ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ପଦ୍ମଗିରି ସେବାଶ୍ରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ବଇଲାପାରି ଗାଁ ଶିବ ମାଡକାମି ନାମକ ଜଣେ ଆଦିବାସୀ ପିଲା ସେବାଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ । କିନ୍ତୁ ଗତ କିଛି ଦିନ ଧରି ଜ୍ୱରରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଆସିଥିଲେ । କିନ୍ତୁ ବିଦ୍ୟାଳୟରେ ରହି ସେ ଚିକିତ୍ସିତ ହେଉଥିବା କାରଣ ଦର୍ଶାଇ ଶିକ୍ଷକ ତାଙ୍କୁ ଛୁଟି ଦେଇ ନଥିଲେ । ପରେ ଛାତ୍ରଙ୍କ ଦେହ ଅଧିକ ଖରାପ ହେବା ପରେ ଶିକ୍ଷକମାନେ ତାଙ୍କୁ ପଦ୍ମଗିରି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ଉକ୍ତ ତାଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ଛାତ୍ର ଜଣକଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ବିଦ୍ୟାଳୟର ଶିକ୍ଷକଙ୍କ ଅବହେଳା ପାଇଁ ଏଭଳି କାଣ୍ଡ ଘଟିଥିବା ଗାଁ ଲୋକେ ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Related posts

ଶିକାରୀଙ୍କ ପାଇଁ ହୁତୁ ହୁତୁ ହୋଇ ଜଳୁଛି କୁଲଢ଼ିଆ ଜଙ୍ଗଲ

mahabharatanews

ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।

mahabharatanews

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

mahabharatanews