ଓଡିଶା

ବିଦ୍ୟୁତ୍ ସ୍ପର୍ଶରେ ଯୁବକ ମୃତ

(ସତ୍ୟ ନାରାୟଣ ପାଲ, ରାଇରଙ୍ଗପୁର): ବିଦ୍ୟୁତ୍ ସ୍ପର୍ଶରେ ଜନୈକ ଯୁବକ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ବିଶୋଇ ଥାନା ଅନ୍ତର୍ଗତ ବଡନାଳୁଆ ଗ୍ରାମରେ ବାଦଲ ନାଏକ ଘର ଜୋଇଁଆ ଭାବେ ୧୦ ବର୍ଷ ହେଲା ଶଶୁରଙ୍କ ଘରେ ରହି ଆସୁଥିଲେ । ଆଜି ସକାଳେ ୭ଟା ପାଖାପାଖି ସମୟରେବିଦ୍ୟୁତ୍ ତା’ର ସଜାଡ଼ିବା ପାଇଁ ନିଜ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଚଢି ଯାଇଥିଲେ ଓ ତାର ମୋଡ଼ାମୋଡି କରୁଥିଲେ ହଠାତ୍ ବିଦ୍ୟୁତ୍ ସ୍ପର୍ଶରେ ଆସି ଖୁଣ୍ଟରେ ଝୁଲି ମୃତ୍ୟୁ ବରଣ କରିଥିଲେ । ପରେ ଦିନ ଦୁଇଟାରେ ଗ୍ରାମବାସୀ ଦଉଡ଼ି ସାହାଯ୍ୟରେ ମୃତକକୁ ଓହ୍ଲାଇ ଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଉଛି । ଗାଁ ରେ ଶୋକରେ ଛାୟା ଖେଳିଯାଇଛି । ମୃତକ ପରିବାର ସରକାରୀ ସାହାଯ୍ୟ ମିଳିବା ପାଇଁ ସାଧାରଣରେ ଦାବି ହେଉଛି ।

Related posts

ରାଜ୍ୟରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର

mahabharatanews

କୋରାପୁଟ ଜିଲ୍ଲାପାଳଙ୍କ ଜନଶୁଣାଣି

mahabharatanews

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews