Uncategorized

 ଅନୁପ୍ରବେଶ ଉଦ୍ୟମ ବେଳେ ୩ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ବାହାରେ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ୩ଜଣ ଆତଙ୍କବାଦୀ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ । ଏହି ଅନୁପ୍ରବେଶକାରୀ ପାକିସ୍ତାନରୁ ପ୍ରଶିକ୍ଷଣ ଲାଭ କରି ଭାରତ ଭିତରେ ଅନୁପ୍ରବେଶ କରୁଥିଲେ । ଏମାନଙ୍କ ନିକଟରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଥିଲା ।
ଜାମ୍ମୁ କାଶ୍ମୀରରେ ହିଂସା ଓ ଅଶାନ୍ତି ସୃଷ୍ଟି ଲକ୍ଷ୍ୟରେ ପାକିସ୍ତ।।ନ ପ୍ରୋତ୍ସାହନରେ କିଛି ଆତଙ୍କବାଦୀ ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ନେଇ ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା । ଏହା ପରେ ସୁରକ୍ଷା ବଳ ନିୟନ୍ତ୍ରଣ ରେଖା ନିକଟରେ ସତର୍କ ଦୃଷ୍ଟି ରଖିଥିଲା । ଆଜି ଯେତେବେଳେ ଆତଙ୍କବାଦୀ ସୀମା ପାର କରିବାକୁ ଚେଷ୍ଟା କରିଥିଲେ ସୁରକ୍ଷା ବଳ ପକ୍ଷରୁ ଗୁଳି ଚଳାଯାଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

Related posts

ଦେଶରେ କରେ।।ନା ମୃତ୍ୟୁସଂଖ୍ୟା ୪୧୪: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

mahabharatanews

ପରଲୋକରେ ଅଭିନେତା ରାଜୀବ କପୁରଙ୍କ

mahabharatanews

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ

mahabharatanews