ଓଡିଶା

ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀ ମୃତ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ସୁନାବେଡାରେ ଏକ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଜଣେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ଏଠାରେ ଥିବା ପୋଲିସ କଲୋନୀରେ ଗୁରୁବାର ସକାଳେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ଚଞ୍ଚଳାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସୁଧାକରଙ୍କ ଗାଧୁଆ ଘର ଗିଜରକୁ ସଂଯୋଗ କରୁଥିବା ତାର ସର୍ଟ ହୋଇ ଲୁଗା ରଖିବାକୁ ଥିବା ଜିଆଇ ତାର ସହ ସଂଯୋଗ ହୋଇଯାଇଥିଲା । ସୁଧାକର ଓଦା ଲୁଗା ଶୁଖାଉଥିବା ବେଳେ ତାର ସଂସ୍ପର୍ଶରେ ଆସି ଛଟପଟ ହେଉଥିଲେ । ସ୍ୱାମୀଙ୍କ ଚିତ୍କାର ଶୁଣି ସ୍ତ୍ରୀ ଚଞ୍ଚଳା ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ପ୍ରାଣ ହରାଇଥିଲେ । ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ସୁଧାକର ସୁନାବେଡା ମ୍ୟୁନିସିପାଲିଟିରେ ଟ୍ୟାକ୍ସ କଲେକ୍ଟର ଥିଲେ ବୋଲି ଜଣାପଡିଛି ।

Related posts

ଶ୍ରୀମନ୍ଦିରରେ ୫ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

ସାମ୍ବାଦିକଙ୍କୁ ଠେଙ୍ଗାରେ ମାରିବାକୁ ଥାନା ଅଧିକାରୀଙ୍କ ଉଦ୍ୟମ

mahabharatanews

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

mahabharatanews