ଓଡିଶା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିପ୍ପର ଡ୍ରାଇଭର ମୃତ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଦେଓକୁପୁଲି ଠାରେ ଏକ ଅଘଟଣ ଘଟିଛି । ଏଠାରେ ଏକ କ୍ରସର ପରିସରରେ ବିଦ୍ୟୁତ ଅଘଟଣ ଘଟିଛି । ଏଠାରେ ଏକ ଟିପ୍ପର ୧୧ କେଭି ତାର ସଂସ୍ପର୍ଶରେ ଆସିବାରୁ ଗାଡିରେ ଥିବା ଡ୍ରାଇଭର ଜଣକଙ୍କ ମୃତ୍ୟୁ ହୋଇଛି । ସୁଚନା ଅନୁଯାୟୀ, କ୍ରସର ପରିସରରେ ଟିପ୍ପରଟିକୁ ପାର୍କିଂ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଡ୍ରାଇଭର ଜଣକ ଟିପ୍ପରର ଡାଲାଟିକୁ ଉପରକୁ ଉଠାଇ ଦେବାରୁ ଏହାର କ୍ୟାବିନ ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା । ସଙ୍ଗେ ସଙ୍ଗେ ଗାଡିରେ ବିଦ୍ୟୁତ ଚାର୍ଜ ହୋଇଯିବା ସହ ନିଆଁ ଲାଗିଥିଲା । ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡିରେ ନିଆଁ ଲାଗିବା ଯୋଗୁଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇଥିଲେ । ଏହି ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

୫୨ ପୁଲିସ ଯୋଦ୍ଧାଙ୍କ ପ୍ଲାଜମା ଦାନ

mahabharatanews

‘ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ’

mahabharatanews

ପାର୍କିଂ କଳିରୁ ଡବଲ ମର୍ଡର !

mahabharatanews