ଓଡିଶାରାଜନୀତି

ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପଦ୍ମ ଧରିଲେ ପର୍ଶୁରାମ ଧଡ଼ା । ବିଜେଡ଼ିରୁ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡିଥିଲେ ପର୍ଶୁରାମ ।

ସୂଚନା ଅନୁଯାୟୀ, ୨୦୧୯ରେ ସୋରରେ BJD ଟିକେଟ ରେ ଲଢ଼ି  ଜିତିଥିଲେ ପର୍ଶୁରାମ । ତେବେ ୨୦୦୯ ନିର୍ବା ଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୩୬୦ ଭୋଟ ରେ ପରାଜିତଜି ହୋଇଥିଲେ । ପରେ ବିଜେଡ଼ିରେ ଯୋଗଦେଇ ୨୦୧୪ ଏବଂ ୨୦୧୯ରେ ବିଧାନସଭାକୁ ନିର୍ବା ଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ସୋରରୁ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପର୍ଶୁରାମ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଏବେ ସେ ପୁଣି  ବିଜେପି ଦଳରେ ଯୋଗ ଦେଇଛନ୍ତି।

Related posts

 ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳ ଛଳ 

mahabharatanews

ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ

mahabharatanews

ବିଶ୍ୱରେ ଭାଇରଲ ହେଇଥିବା କିଲି ପଲଙ୍କୁ ମରଣାତ୍ମକ ଆକ୍ରମଣ

mahabharatanews