ଅପରାଧ

ବିପୁଳ ନିଶା ସାମଗ୍ରୀ ଜବତ, ୬ ଗିରଫ

(ମହାଭାରତ, ବରଗଡ): ବରଗଡ ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଶନିବାର ବରପାଲି ପୋଲିସକୁ ଏକ ବଡ ସଫଳତା ମିଳିଛି । ଏଠାରେ ଏକ ବଡ ଧରଣର ନିଶା ବେପାରୀ ଗ୍ୟାଙ୍ଗକୁ ପୋଲିସ ଧରିଛି । ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ବିପୁଳ ପରିମାଣର ଗଞ୍ଜେଇ ଓ ବେଆଇନ କଫ୍ ସିରଫ ବୋତଲ ଜବତ କରାଯାଇଛି । ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବରପାଲି-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଢାବାରେ ଦୀର୍ଘ ଦିନରୁ ନିଶା କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା । ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିିର୍ଦ୍ଦେଶକ୍ରମେ ବରପାଲି ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ମିଳିତ ଭାବେ ଏଠାରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ସେମାନଙ୍କ ଠାରୁ ଏହି ୭୨ କେଜି ଗଞ୍ଜେଇ ଓ ୧୬୦୦ ବୋତଲ ବେଆଇନ କଫ୍ ସିରଫ ବୋତଲ ପୋଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ୬ ଜଣ ନିଶା ବେପାରୀଙ୍କୁ ପୋଲିସ ଗିରଫ କରିଛି । ନିଶା ସାମଗ୍ରୀ ସମେତ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୩ଟି ଚାରି ଚକିଆ ଗାଡି, ୮ଟି ମୋବାଇଲ, ୨ଟି ବନ୍ଧୁକ, ୧୭ଟି ଜୀବନ୍ତ ଗୁଳି ଓ ନଗଦ ୨ ଲକ୍ଷ ୮୯ ହଜାର ୮୦୦ ଟଙ୍କା ଜବତ କରାଯାଇଛି ।

Related posts

ସାର ବିକ୍ରିରେ ହେରଫେର

mahabharatanews

ନାବାଳକ, ନାବାଳିକାଙ୍କ ଝୁଲନ୍ତା ମୃତଦେହ

mahabharatanews

ଚାକିରି ଦେବା ନାଁରେ ଠକେଇ; ଶିକ୍ଷୟିତ୍ରୀ ଗିରଫ

mahabharatanews

Leave a Comment