Uncategorized

ବିପୁଳ ପରିମାଣର ନିଶା ଔଷଧ ଜବତ, ୪ ବେପାରୀ ଗିରଫ

(ଚିତ୍ତରଞ୍ଜନ ସାହୁ/ବରଗଡ): ବରଗଡ ଜିଲ୍ଲା ବରପାଲି ପୋଲିସକୁ ବଡ ସଫଳତା ମିଳିଛି । ଦୀର୍ଘଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ନିଶା ଔଷଧ ବିକ୍ରି ଚାଲୁଥିବା ବେଳେ ଗତକାଲି ବରପାଲି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ବିପୁଳ ପରିମାଣର ନିଶା ଔଷଧ ଜବତ କରିବା ସହ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩୩୬୦ ବୋତଲ ବେଆଇନ କଫ ସିରଫ, ୮୦ଟି ନାଇଟ୍ରୋଜେନ ଟାବଲେଟ୍, ୪ ଟି ଦାମୀ ମୋବାଇଲ ସାଙ୍ଗକୁ ନଗଦ ୨୧୮୦ ଟଙ୍କା ଜବତ କରିଛି । ଏହାସହ ଚଢାଉ ବେଳେ ପୋଲିସ ଏକ ମହିନ୍ଦ୍ରା ଟିୟୁଭି ଓ ଗୋଟିଏ ସ୍କର୍ପିଓ ଗାଡି ଜବତ କରିଛି । ନିଶା ବେପାରୀମାନେ ଭୂବନେଶ୍ୱରରୁ ଏହି ଗାଡି ଯୋଗେ କଫ ସିରଫ ଚାଲାଣ କରୁଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତ ବରଗଡ ଜିଲ୍ଲାର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ ଓ ସୋହେଲା ଥାନାରେ ୧୨ରୁ ଉଦ୍ଧ୍ୱର୍ ମାମଲା ରହିଥିବା ବରଗଡ ଏସପି ପଦ୍ମିନୀ ସାହୁ କହିଛନ୍ତି ।

Related posts

କୁଖ୍ୟାତ ଅପରାଧୀ ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କଲା ୟୁପି ଏସଟିଏଫ

mahabharatanews

ରାଜ୍ୟସଭାର ଦ୍ୱିତୀୟ ଇଂନିସ ଆରମ୍ଭ କଲେ ସସ୍ମିତ

mahabharatanews

ଶ୍ରୀନଗର ସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

mahabharatanews

Leave a Comment