ଓଡିଶା

ବିଶ୍ୱ ମହିଳା ଦିବସରେ ବାଲୁକା କଳାରେ ଶିଳ୍ପୀ ମାନସ ସାହୁଙ୍କ ବାର୍ତ୍ତା

(ମହାଭାରତ, ପୁରୀ): ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ସାରା ବିଶ୍ୱରେ ଏହି ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ଥର ଏହି ଦିବସକୁ ସ୍ୱାଗତ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମୀରେ ବାଲୁକା କଳାରେ ଏକ ବିଶାଳ ସ୍ଥାପତ୍ୟ ନିର୍ମାଣ କରି ସେ ବିଶ୍ୱର ସମସ୍ତ ମହିଳାଙ୍କୁ ଏହି ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ସବୁ କ୍ଷେତ୍ରରେ ଆଗଧାଡିରେ ରହି ସଫଳତା ହାସଲ କରୁଛନ୍ତି । ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହୁ ବୋଲି ନିଜ ବାଲୁକା କଳା ମାଧ୍ୟମରେ ସେ ଏହି ବାର୍ତ୍ତା ଦେଇଛନ୍ତି ।

Related posts

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

ରାଜଧାନୀରେ ହତ୍ୟା ; ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

mahabharatanews

ସମୁଦ୍ରକୁ ମାଛମାରି ଯିବାକୁ ମନା, ନିୟମ ଉଲ୍ଲଘଂନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

mahabharatanews