ଦେଶ ବିଦେଶରାଜନୀତି

ବିହାରରେ ମହାମେଣ୍ଟକୁ ଧୋକା ଦେଇଛି କଂଗ୍ରେସ

ସାତଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନରେ ​​୨୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି, ଯେଉଁଥିରେ ଶରଦ ପାୱାର, ରାମଦାସ ଅଠାୱଲେ, ଅଭିଷେକ ମନୁ ସିଂଘଭି, ଏମ. ଥାମ୍ବି ଦୁରାଇ, ବିନୋଦ ତାୱଡେ ଏବଂ ବାବୁଲ ସୁପ୍ରିୟୋଙ୍କ ଭଳି ପ୍ରମୁଖ ନେତା ସାମିଲ ଅଛନ୍ତି।ତଥାପି, ବିହାର, ଓଡ଼ିଶା ଏବଂ ହରିୟାଣାରେ ପ୍ରତିଯୋଗିତା ଅମୀମାଂସିତ ରହିଛି। ଓଡ଼ିଶା ଭଳି ବିହାରରେ ବି ମହାମେଣ୍ଟକୁ ଧୋକା ଦେଇଛି କଂଗ୍ରେସ । ଫଳରେ ବିହାରରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭାର ୫ଟି ଆସନ ପାଇଁ ନିର୍ବାଚନରେ ୫ଟି ଯାକ ଆସନ ଜିତିଛି ଏନଡିଏ । ବିଧାନସଭା ନିର୍ବାଚନ ପରେ ରାଜ୍ୟସଭାରେ ବି ବିହାର ମହାମେଣ୍ଟକୁ ପରାଜୟ ବରଣ କରିବାକୁ ପଡ଼ିଛି ।

ବିହାର ରାଜ୍ୟସଭା ନିର୍ବାଚନରେ ଜେଡିୟୁରୁ ନୀତୀଶ କୁମାର, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମ୍ ନାଥ ଠାକୁର, ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ମୁଖ୍ୟ ଉପେନ୍ଦ୍ର କୁଶୱାହା ଓ ବିଜେପିର ଶିକେଶ କୁମାର ବିଜୟଲାଭ କରିଛନ୍ତି । ବିହାରରେ ଅନୁଷ୍ଠିତ ହୋଇଥିବା ୫ଟି ଆସନ ପାଇଁ ମତଦାନରେ ଏନଡିଏର ୨୦୨ ବିଧାୟକ ମତଦାନ କରିଥିବା ବେଳେ ମହାମେଣ୍ଟର ମାତ୍ର ୩୭ ବିଧାୟକ ମତଦାନ କରିଛନ୍ତି । ମହାମେଣ୍ଟ ତରଫରୁ କଂଗ୍ରେସ ବିଧାୟକ ମନୋଜ ବିଶ୍ୱାସ, ସୁରେନ୍ଦ୍ର କୁଶୱାହା ଓ ମନୋହର ପ୍ରସାଦ ସିଂ ମତଦାନରୁ ବିରତ ଥିବା ବେଳେ ଆରଜେଡିର ଫୈସଲ ରହମାନ ପୁଲିଂ ବୁଥକୁ ଆସିନଥିଲେ ।

Related posts

ମୋନାକୋରେ ଡାଇମଣ୍ଡ ଲିଗରେ ତୃତୀୟ ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରିଛନ୍ତି ସର୍ବେଶ ଅନିଲ କୁଶାରେ

mahabharatanews

ପରଲୋକରେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ

mahabharatanews

ଆମେରିକା ସିଜ କରିଥିବା ରୁଷ ତେଲ ଟ୍ୟାଙ୍କରରେ ଅଛନ୍ତି ୩ ଭାରତୀୟ

mahabharatanews