(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଲଏଡା ରୁକୁଡିହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଗୋଟିଏ ପରିବାରର ୩ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରେ ପରିବାରର ବାପା, ମାଆ ଓ ପୁଅ ରହିଛନ୍ତି । ଏଥିରେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଲଏଡା-ରୁକୁଡିହି ଗାଁର ସୁବେର ମହାନନ୍ଦିଆ ମୂଲ ଲାଗି ପରିବାର ଚଳାନ୍ତି । ରବିବାର ଦିନ କୌଣସି କାରଣକୁ ନେଇ ପତ୍ନୀ ବୈ÷ଦେହୀ ଓ ପୁଅ ସୁଶାନ୍ତଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ସମସ୍ତେ କୀଟନାଶକ ପିଇଦେଇଥିଲେ । ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବୈ÷ଦେହୀ ମହାନନ୍ଦିଆଙ୍କ ମୃତ୍ୟୁ ହୋଇଥିଲା । ଏବେ ମଧ୍ୟ ସୁବେର ଓ ପୁଅ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ପାରିବାରିକ ସମସ୍ୟାକୁ ନେଇ ଏହି ପରିବାରର ଲୋକେ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୋଲିସ ମାମଲା ରୁଜୁ କରି ତନନ୍ତ ଆରମ୍ଭ କରିଛି ।