ଓଡିଶା

ଆଉ ୨ଦିନ ଘନ କୁହୁଡ଼ି

(ଭୁବନେଶ୍ୱର) : ଏଣିକି ରାତିର ତାପମାତ୍ରା ହ୍ରାସ ପାଇବ। ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୫ ଡିଗ୍ରି ଭିତରେ ରହିବାକୁ ଥିବା ବେଳେ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଭିତରକୁ ଚାଲି ଆସିବ। ‌ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ।

ସୂଚନାନୁଯାୟୀ , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, କଟକ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, କେଦନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ।  ପଶ୍ଚିମଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Related posts

୧୬ରୁ କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ 

mahabharatanews

ଅଗ୍ନିକାଣ୍ଡରେ ୧୦ ବଖରା ପୋଡି ପାଉଁଶ

mahabharatanews

ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

mahabharatanews