ଓଡିଶା

ବୁଲା ବିକାଳୀଙ୍କୁ ରେଲୱେ କର୍ମଚାରୀଙ୍କ ମାଡ, ଭିଡିଓ ଭାଇରାଲ

(ମହାଭାରତ, ସୋରୋ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋରୋ ରେଳ ଷ୍ଟେସନରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ବୁଲା ବିକାଳୀଙ୍କୁ ସର୍ବସାଧାରଣରେ ଜଣେ ରେଲୱେ କର୍ମଚାରୀ ଷ୍ଟେସନ ପରିସରରେ ମାଡ ମାରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ମାଡ ଖାଇଥିବା ବିକାଳୀ ଜଣକ ହରେକୃଷ୍ଣ ଶୈଳ ଓ ସେ ବୁଲି ବୁଲି କାକୁଡି ବିକିଥାନ୍ତି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ସୋରୋ ଷ୍ଟେସନରେ କାକୁଡି ବିକିବା ବେଳେ ଟିକେଟ୍ କାଉଣ୍ଟର ଠାରେ ରେଲୱେ କର୍ମଚାରୀ ମୋହନ ହେମ୍ବ୍ରମ୍ ତାଙ୍କୁ ୨୦୦ ଟଙ୍କା ବଟି ମାଗିଥିଲେ । ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ହରେକୃଷ୍ଣ କହିବାରୁ ତାଙ୍କୁ କର୍ମଚାରୀ ଜଣକ ପ୍ରଥମେ ଗାଳି ଦେଇଥିବା ପରେ ନିର୍ଧୁମ ମାଡ ମାରିଥିଲେ । ମାଡ ଖାଇବା ସେ ଷ୍ଟେସନ ପରିସରରୁ ବାହାରି ଆସି ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ କାକୁଡି ବିକାଳିଙ୍କୁ ଜଣେ ରେଲୱେ କର୍ମଚାରୀ ମାଡ ମାରୁଥିବା ସମୟରେ ଷ୍ଟେସନ ପରିସରରେ ଥିବା ଲୋକେ ଏହାର ଭିଡିଓ ରେକର୍ଡି କରିଥିଲେ । ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ସରକାରୀ କର୍ମଚାରୀଙ୍କ ଏଭଳି କାଣ୍ଡକୁ ନିନ୍ଦା କରାଯାଇଛି ।

Related posts

ଆସନ୍ତା ୨ ଓ ୩ତାରିଖରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

କାଳବୈଶାଖୀ ପ୍ରଭାବ : ୨୦ ଜିଲ୍ଲାରେ  ସତର୍କ ସୂଚନା ଜାରି 

mahabharatanews

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews