ଓଡିଶା

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଦମ୍ପତି ପାଳିଲେ ବିବାହ ବାର୍ଷିକୀ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ସଭ୍ୟଶିକ୍ଷିତ ସମାଜର କିଛି ଲୋକ କେକ କାଟି ,ନୃତ୍ୟସଂଗୀତ ମାଧ୍ୟମରେ ଆଡମ୍ବର ସହକାରେ ବିବାହ ବାର୍ଷିକୀ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ଦମ୍ପତି ଭିନ୍ନଶୈଳୀରେ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଦମ୍ପତି ବୃଦ୍ଧାଶ୍ରମକୁ ଯାଇ ସେଠାରେ କରୋନା ସଂପର୍କରେ ସଚେତନତା ବାର୍ତା ଦେବା ସହ ଅନ୍ତେବାସୀଙ୍କୁ ରଜ ପିଠା ଖୁଆଇଛନ୍ତି । ଏଥିସହ ଅନ୍ତେବାସୀଙ୍କୁ ମାସ୍କ ପିନ୍ଧାଇ ବୃଦ୍ଧ ବୃଦ୍ଧାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ମାଲକାନଗିରି ଜିଲ୍ଲାସଦର ମହକୁମା ୧୧୯ କୋଲନୀରେ ରହୁଥିବା ସମାଜସେବୀ ରତ୍ନାକର ଦାଶ ତାଙ୍କର ୩୦ତମ ବିବାହ ବାର୍ଷିକୀ ସ୍ଥାନୀୟ ବୃଦ୍ଧାଶ୍ରମରେ ପାଳନ କରିଛନ୍ତି ।

ମାଲକାନଗିରି ଜିଲ୍ଲସଦର ମହକୁମାସ୍ଥ ବୃଦ୍ଧାଶ୍ରମକୁ ଶ୍ରୀ ଦାଶ ଓ ତାଙ୍କ ପତ୍ନୀ ଶ୍ରୀମତୀ ସୁଚିତ୍ରା ଦାଶ ଯାଇ ସେଠାରେ ରହୁଥିବା ବୃଦ୍ଧ ବୃଦ୍ଧାଙ୍କୁ ଭେଟି ସିନଟାଇଜ ର ସାବୁନ ପ୍ରଦାନକରି କରୋନା ସଂପର୍କରେ ଜନସଚେତନତାର ବାର୍ତା ଦେଇଥିଲେ । ସେମାନଙ୍କୁ ମାସ୍କ ପିନ୍ଧାଇ ଦେଇଥିଲେ, ଲକଡାଉନ ନିୟମ ପାଳନ ସହ ସମାଜିକ ଦୂରତା ରକ୍ଷାକରି ଆଶ୍ରମର ଅନ୍ତେବାସୀଙ୍କ ସିହତ ଶେଷ ରଜର ଶେଷ ଦିନ ପାଳନ କରି ଖୁସି ମନାଇଥିଲେ । ଦୀର୍ଘବର୍ଷ ହେଲା ଘର ଦ୍ୱାରା ଛାଡି ଅସହାୟ ଅବସ୍ଥାରେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିବା ଏହି ବୃଦ୍ଧ ଓ ବୃଦ୍ଧାମାନେ ଘରୋଇ ପିଠାପଣା ଖାଇବାକୁ ପାଇପାରୁନଥିବାରୁ ଏହି ଦମ୍ପତି ସେମାନଙ୍କୁ ରଜ ପିଠା, ମିଠା ଓ ଜଳଖିଆ ପ୍ରଦାନ କରି ବୃଦ୍ଧ ବୃଦ୍ଧାଙ୍କ ଠାରୁ ବିବାହ ବାର୍ଷିକୀ ପାଇଁ ଆଶୀର୍ବାଦ ଗ୍ରହଣ କରିଥିଲେ ।

Related posts

 ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରାଜସ୍ୱ ମନ୍ତ୍ରୀ

mahabharatanews

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews

ଧଳା କେଶରୁ ରକ୍ଷା ପାଇବାର ଘରୋଇ ଉପାୟ

mahabharatanews