ଭାରତ

ବୃନ୍ଦାବନ: ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

ମଥୁରା: ଶନିବାର ସକାଳେ ବୃନ୍ଦାବନରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା । ଫଳରେ ଆଗ୍ରା-ଦିଲ୍ଲୀ ରେଳପଥ ବ୍ୟାହତ ହୋଇଛି । ବୃନ୍ଦାବନର କୋତବାଲି ଅଞ୍ଚଳରେ ଏକ ସିମେଣ୍ଟ ଭର୍ତ୍ତି ମାଲବାହୀ ଟ୍ରେନଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ରେଳ ଅଧିକାରୀ ଓ ଆରପିଏଫ ପହଞ୍ଚିଛନ୍ତି ଏବଂ ରେଳ କର୍ମଚାରୀଙ୍କ ଦ୍ବାରା ଉଦ୍ଧାରକାର୍ୟ୍ୟ ଜାରି ରହିଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଏହି ଦୁର୍ଘଟଣା ଯୋଗୁଁ ରେଲୱେ ଟ୍ରାକଟି କ୍ଷତିଗ୍ରସ୍ତ ହେବା ସହ ଆଗ୍ରା-ଦିଲ୍ଲୀ ରେଳପଥରେ ଯାତାୟତ ବନ୍ଦ ରହିଛି । ଏଥିସହ ଅନେକ ଟ୍ରେନ ଗୁଡ଼ିକର ମାର୍ଗ ପରିବର୍ତ୍ତନ କରାଯାଇଛି।

 

Related posts

ଏନଡ଼ିଏର ସିଟି ସେୟାରିଂ ଘୋଷଣା

mahabharatanews

ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ବିଜେପି

mahabharatanews

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews