ଓଡିଶା

ବେଆଇନ ମହୁଲି ମଦ ଜବତ, ୪ ଗିରଫ

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଦିନକୁ ଦିନ ବେଆଇନ ଦେଶୀ ମହୁଲି ମଦର କାରବାର ବଢିବାରେ ଲାଗିଛି । ଏହି ଅବାଧ କାରବାର ଉପରେ ରୋକ ଲଗାଇବା ପାଇଁ ପାଟଣା ଅବକାରୀ ବିଭାଗ ଅଣ୍ଟା ଭିଡିଛି । ମଙ୍ଗଳବାର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବିଭିନ୍ନ ସ୍ଥାନରେ ଚଢାଉ କରି ଅବକାରୀ ପୋଲିସ ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ କରିଛି । ଏହାର ପ୍ରସ୍ତୁତି ଓ କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ବ୍ଲକର ବିଭିନ୍ନ ସ୍ଥାନରେ ମହୁଲି ମଦ ତିଆରି ଓ ସେଠାରୁ ବାହାର ଜାଗାକୁ କାରବାର ହେଉଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା । ପାଟଣା ଅବକାରୀ ବିଭାଗ ଇନ୍ସପେକ୍ଟର ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ଏକ ଟିମ୍ ଅଲଗା ଅଲଗା ସ୍ଥାନରେ ଅଚାନକ ଚଢାଉ କରିଥିଲା । ତେବେ ଏହି ଚଢାଉ ବେଳେ ସମୁଦାୟ ୧୮୦ଲିଟର ବେଆଇନ ମହୁଲି ମଦ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Related posts

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews

ଆଜି ଶ୍ରମିକ ଦିବସ, ବାରଦୁଣ୍ଡି ସୁଣ୍ଡି ପିଣ୍ଡା ହେଉଛନ୍ତି ଶ୍ରମିକ

mahabharatanews

ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

mahabharatanews