ଓଡିଶା

ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ବରଗଡ/ ଚିତ୍ତରଞ୍ଜନ ସାହୁ: ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗ୍ରି ସ୍ଥିତ ବିବେକାନନ୍ଦ ମହା ବିଦ୍ୟାଳୟରେ ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ତଥା ବରଗଡ଼ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାୟକଙ୍କ ୩୪ତମ ଜନ୍ମ ଦିନ ପାଳନ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଶିବିରରେ ସର୍ବମୋଟ ୧୦୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ଏହି ଶିବିରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ସମ୍ମାନୀତ ଅତିଥି ଭାବେ ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଭଟଲି ବ୍ଲକ ବିଜେଡି ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ, ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ବ୍ଲକର ବିଜେଡି ସଭାପତି – ସଭାନେତ୍ରୀ ଏବଂ ଦଳୀୟ ନେତ୍ରୁବୃନ୍ଦ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ।

 

Related posts

ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

mahabharatanews

ଶ୍ରୀମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ତାଳଧ୍ୱଜ ରଥ

mahabharatanews

ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର

mahabharatanews