Uncategorized

ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ସଂସଦ ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଂସଦୀୟ ଦଳୀୟ ବୈଠକରେ କହିଛନ୍ତି । ଏଥିସହ କୋରୋନ ସଂକ୍ରମଣକୁ ନେଇ ଆତଙ୍କୀତ କିଛି ସ।।ଂସଦ ଚଳିତ ଅଧିବେଶନ ବନ୍ଦ କରିବାକୁ ଦାବି କରୁଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମୋଦି ସମସ୍ତ ସାଂସଦଙ୍କୁ ସେମାନଙ୍କ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ଲେ।।କଙ୍କୁ କୋରୋନା ସମ୍ପର୍କରେ ସଚେତନ କରିବାକୁ କହିଛନ୍ତି । ମୋଦି କହିଛନ୍ତି, ଆମେ ଦେଶର ୧୩୦ କୋଟି ଲୋକାଙ୍କ ପ୍ରତିନିଧିତ୍ୱ କରୁଛି । ଚଳିତ ବଜେଟ ଅଧିବେଶନ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବାକୁ ନେଇ ପୂର୍ବରୁ ପ୍ରସ୍ତୁତି କରାଯାଇଛି, ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଏପରି ସମୟରେ କିଛି ସାଂସଦ କୋରୋନା ଭୟରେ ମଝିରୁ ସଂସଦକୁ ବନ୍ଦ କରି ଦେବାକୁ ଦାବି କରୁଛନ୍ତି ।

ସାମ୍ବାଦିକମାନଙ୍କୁ ବିବୃତ୍ତି ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଆଜିର ସଂସଦୀୟ ବିଜେପି ଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଥିଲେ, ବୈଠକରେ ପ୍ରଧାନମନ୍ତ୍ରୀ ଡାକ୍ତର, ନର୍ସ ଓ ବିମାନ ବନ୍ଦର ଓ ପୋତାଶ୍ରୟରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ । କୋରୋନା ସମ୍ପର୍କିତ ସଚେତନତା ପାଇଁ ସେ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଛନ୍ତି । ଏହି ବୈଠକରେ ଯୋଗା ଦେବା ସମୟରେ ମୋଦି ସମସ୍ତ ସଂସଦମାନଙ୍କ ସହ କରମର୍ଦ୍ଦନ କରିବା ବଦଳରେ ନମସ୍କାର ଜଣାଇ ଅଭିବାଦନ ଜଣାଇଥିଲେ । ଏହି ବୈଠକ ପୂର୍ବରୁ ସମସ୍ତ ସାଂସଦମାନଙ୍କୁ ଥରର୍ମାଲ ସ୍କ୍ରିନିଂ କରାଯାଇଥିଲା ।

Related posts

ଭୁବନେଶ୍ୱର ଏମସରେ ପାର୍ଥ ଚାର୍ଟାଜୀ

mahabharatanews

ଘୁଞ୍ଚିଲା ବରୁଣ ଓ ରିଚାଙ୍କ ବାହାଘର

mahabharatanews

ସିଏଏ ବିରୋଧ ଉଗ୍ର,୨୧ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

mahabharatanews